Home ଜିଲ୍ଲା ପରିକ୍ରମା ସୁନ୍ଦରପୁରରେ ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ : ପ୍ରକୃତ ବିପନ୍ନଙ୍କୁ ଉପେକ୍ଷା ; ପଞ୍ଚାୟତ କାର୍ଯ୍ୟାଳୟ...

ସୁନ୍ଦରପୁରରେ ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ : ପ୍ରକୃତ ବିପନ୍ନଙ୍କୁ ଉପେକ୍ଷା ; ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ହଟଗୋଳ

226

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକର ତଳମାଳ ଅଞ୍ଚଳ ଭାବେ ପରିଚିତ ଆରଡି ସମେତ ସୁନ୍ଦରପୁର, ଓଳଗ, ନାନ୍ଦପୁର ପଞ୍ଚାୟତରେ ଚଳିତ ବନ୍ୟା ବିଶେଷ ଭାବେ କ୍ଷୟକ୍ଷତି ଘଟାଇଥିଲା । ଏପରିକି ଉକ୍ତ ଅଞ୍ଚଳର ଚାଷ ସମେତ ଲୋକମାନଙ୍କର ବାସକୁ ମଧ୍ୟ ବନ୍ୟା ଧୋଇ ନେଇଥିଲାି । ଏପରି ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫୦କେଜି ଚାଉଳ ସହିତ ୫ଶହ ଟଙ୍କା ଦେବାର ଘୋଷଣା ହୋଇଥିଲା । ହେଲେ ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରୀ ଓ ରିଲିଫ ବଣ୍ଟନର ଦାୟୀତ୍ୱଭାର ନେଇଥିବା ଶିକ୍ଷକମାନେ ସରକାରୀ ଲିଷ୍ଟକୁ ବାଦ ଦେଇ ମନଗଢା ଭାବେ ଏକ ଚିଠା ପ୍ରସ୍ତୁତ କରି ରିଲିଫ ବାଣ୍ଟିଥିବା ସୁନ୍ଦରପୁର ଗାଁର ୪୦ ଉର୍ଦ୍ଧ ପରିବାର ଅଭିଯୋଗ ଆଣିଛନ୍ତି । ଗାଁର ମହେଶ୍ୱତ ନାୟକ, ବ୍ରହ୍ମାନନ୍ଦ ନାୟକ, ମାଳତୀ ମହାନ୍ତି, ଅଭିମନ୍ୟୁ ଓଝା, ରବିନ୍ଦ୍ର ନାୟକ ପ୍ରମୁଖଙ୍କ କହିବା ଅନୁଯାୟୀ ପଞ୍ଚାୟତ ଅଧିକାରୀ ଓ ଦାୟୀତ୍ୱରେ ଥିବା ୨ଜଣ ଶିକ୍ଷକ ହାତଗୁଞା ନେଇ ରିଲିଫ ବଣ୍ଟନରେ ଅନିୟମିତତା କରିବା ସହ ଲିଷ୍ଟରେ ଥିବା ବହୁ ବିପନ୍ନଙ୍କର ନାଁକୁ କାଟି ଦେଇଛନ୍ତି । ସେହିପରି ବ୍ରହ୍ମାନନ୍ଦ ସାହୁଙ୍କ କହିବା ଅନୁଯାୟୀ ମୋତେ ୮୨ ବର୍ଷ ହେଲାଣି ମୋ ପରିବାର ନାଁ ନାହିଁ ବୋଲି ବାଣ୍ଟୁଥିବା ଅଧିକାରୀମାନେ ଫେରାଇ ଦେଇଥିଲେ । ସରକାରୀ ନିୟମ ଅନୁଯାୟୀ ୨୦୧୧ମସିହାର ଜନଗଣନା ଅନୁଯାୟୀ ରିଲିଫ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସୁନ୍ଦରପୁରରେ କାହିଁକି ସରକାରୀ ନିୟମକୁ ବାବୁମାନେ ‘ଫୁ ‘କରିଲେ ବୋଲି ୪୦/୫୦ ଲୋକ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ହଟଗୋଳ କରିବା ସହ ଲିଖିତ ଅଭିଯୋଗ କରିଥିଲେ । ଏପରି ସମସ୍ୟା ବାବଦରେ ଚାନ୍ଦବାଲି ବିଡିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ଉତ୍ତର ମିଳିପାରିନଥିଲା । ଅନ୍ୟପଟେ ବାଦ ପଡିଥିବା ବିପନ୍ନମାନଙ୍କ କହିବା ଅନୁଯାୟୀ ରିଲିଫ ସାମଗ୍ରୀ ୨ଦିନ ମଧ୍ୟରେ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.