Home ଜିଲ୍ଲା ପରିକ୍ରମା ସିଟୁ କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ୍‌ର ବିକ୍ଷୋଭ ଓ ପ୍ରତିବାଦ ସଭା

ସିଟୁ କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ୍‌ର ବିକ୍ଷୋଭ ଓ ପ୍ରତିବାଦ ସଭା

75

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନୀସାକୁ ନ୍ୟାୟ ଓ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ଦାବି କରି ଭଦ୍ରକରେ ସିଟୁ କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ୍ ପକ୍ଷରୁ ଆଜି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦେଶରେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର କରୋନାରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ଉତ୍ତରପ୍ରଦେଶର ହାଥାରସ୍ ଠାରେ ଉଚ୍ଚବର୍ଗର ବ୍ୟକ୍ତିମାନେ ଯେପରି ଏକ ଦଳିତ ମହିଳା ମାନସୀକୁ ରେପ୍ କରିଥିଲେ । ପରେ ସେପ୍ଟେମ୍ବର ୧୪ ରୁ ୨୯ ପର୍ଯ୍ୟନ୍ତ ଏମସ୍‌ରେ ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ଏହାର ପ୍ରତିବାଦରେ ମନୀସାକୁ ନ୍ୟାୟ ଓ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ଆଜିର ବିକ୍ଷୋଭ ଓ ପ୍ରତିବାଦ ସଭାରେ ବକ୍ତାମାନେ କହିଛନ୍ତି । ଏହି ସଭାରେ ସିଟୁ ନେତା ଦିବ୍ୟସିଂହ ନାୟକ, ନିରଂଜନ ପାଣି, ପ୍ରତାପ ସେଠୀ, ବିନୋଦ ସାହୁ, ହବିବୁର ରହେମାନ, ସୁବାଷ ମୁଣ୍ଡା, ସାବିତ୍ରୀ ସଏ, ହାସିନା ମୁଣ୍ଡା, ସେନ୍ତାଷ ମହାପାତ୍ର, କାଲୁ, ଟୁକୁ ମୁଣ୍ଡା, ମଣ୍ଟୁ ମୁଣ୍ଡା, ଅନନ୍ତ ପୃଷ୍ଟି, ସନ୍ତୋଷ ରାଉତ, ବାସା ସାହା, ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଘଟଣା ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ଜରିଆରେ ତଦନ୍ତ କରାଯିବା ସହ ଏହାକୁ ସବୁସ୍ତରରେ ପ୍ରତିବାଦ କରିବା ପାଇଁ ଶ୍ରମିକ ନେତା ଦିବ୍ୟସିଂହ ନାୟକ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.