Home ଜାତୀୟ ସାହି ସବୁଜିମା କାର୍ଯ୍ୟକ୍ରମର ଶୁଭାରମ୍ଭ

ସାହି ସବୁଜିମା କାର୍ଯ୍ୟକ୍ରମର ଶୁଭାରମ୍ଭ

107

ନୟାଗଡ଼, ୧୫ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦେଶବ୍ୟାପୀ କରୋନାର ଭୟାବହତାକୁ ଆଖି ଆଗରେ ରଖି କରୋନା କଟକଣା ଭିତରେ ନୟାଗଡ଼ର ମା’ଫାଉଣ୍ଡେସନ ଓ ଯୁବ ମିଳନୀ ସାଂସ୍କୃତିକ ଗୋଷ୍ଠୀକେନ୍ଦ୍ର ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବା ସହ ସାହି ସବୁଜିମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ନାଟ୍ୟଭୂଷଣ ବିଜୟ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ନୟାଗଡ଼ ପୌରାଂଚଳର ୱାର୍ଡ଼ ନଂ-୧୧ ଓ ୧୨ରେ ସାହି ସବୁଜିମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମା’ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂପାଦକ ରଶ୍ମୀରଂଜନ ଜେନା ସଂଯୋଜନା କରିଥିଲାବେଳେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ସମାଜସେବୀ ବିପ୍ଲବ ସତ୍ୟ ସୁନ୍ଦର ଦାସ, ଟୁଲିଆ ବରାଡ଼, ୍ରଅମିୟ ରଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷିରେ ଚାରା ବଂଟନ ସହ ଚାରା ରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.