Home ଜିଲ୍ଲା ପରିକ୍ରମା ସାହିତ୍ୟରତ୍ନ ଅପୂର୍ବ ରାୟ ଥିଲେ ଏକ ବହୁମୁଖୀ ବ୍ୟକ୍ତିତ୍ୱର ଦିଗ ଓ ଦିଗନ୍ତ

ସାହିତ୍ୟରତ୍ନ ଅପୂର୍ବ ରାୟ ଥିଲେ ଏକ ବହୁମୁଖୀ ବ୍ୟକ୍ତିତ୍ୱର ଦିଗ ଓ ଦିଗନ୍ତ

51

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପୂର୍ବ ରଂଜନ ରାୟଙ୍କର ସାଧନାମୟ ଜୀବନ କେତେ ଗଭୀରକୁ ଯାଇପାରିଥିଲା ତାହା ତାଙ୍କ ଅତି ନିକଟରୁ ଆତ୍ମୀୟତାର ସ୍ପର୍ଶ ଦେଇ ଏକାନ୍ତ ହୋଇଯିବା ବ୍ୟକ୍ତି ମାନେ ହିଁ ବିଦିତ । ସମଗ୍ର ଓଡ଼ିଶାର ସାହିତ୍ୟ ଜଗତରେ ଅପୂର୍ବ ରଂଜନ ରାୟ ଏକ ସ୍ମରଣୀୟ ସ୍ପର୍ଦ୍ଧିତ ପ୍ରତିଭା । ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରି ସେ ସୃଷ୍ଟି କରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ । ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ପାଇଁ ସେ ଯେତିକି ଆଗ୍ରହୀ, ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ଅନୁଷ୍ଠାନ ମାନ ଗଠନ କରିବା, ଅନୁଷ୍ଠାନ ମାନଙ୍କ ସହିତ ଜଡ଼ିତ ହେବାରେ ସେ ଆହୁରି ଉତ୍ସାହୀ । ନୂତନ ତଥା ତରୁଣ ସାହିତ୍ୟିକ ମାନଙ୍କର ଲେଖନୀକୁ ଟାଣ କରିବା, ପ୍ରବୀଣ ମାନଙ୍କୁ ଆହୁରି ପ୍ରତିଷ୍ଠିତ କରିବାରେ ତାଙ୍କ ଅବଦାନ ସର୍ବସମ୍ମତ ବୋଲି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅପୂର୍ବ ରଂଜନ ରାୟ ଚତୁର୍ଥ ବାର୍ଷିକୀ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା,ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ଅପୂର୍ବ ରଂଜନ ରାୟ ସ୍ମୃତି କମିଟିର ସଂପାଦକ ପ୍ରବୀର କୁମାର ଜେନା ପ୍ରମୁଖ ଯୋଗଦେଇ ଅପୂର୍ବ ରଂଜନ ରାୟଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସହସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍‌ସୂଚନା ପ୍ରଦାନ, ସମ୍ପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ଓ ଆଇନଜୀବି ରୋ.ଅତିଶ କୁମାର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବରିଷ୍ଠ ସ୍ତମ୍ଭକାର ପ୍ରାଧ୍ୟାପ ବାସୁଦେବ ବାରିକଙ୍କୁ ‘ଅପୂର୍ବ ରଂଜନ ରାୟ ସ୍ମୃତି ସମ୍ମା-୨୦୨୦’ରେ ସମ୍ମାନିତ କରାଯାଇଥିଲା । କବି ବିଜୟ କୁମାର ବହଳୀ ମାନପତ୍ର ପାଠ କରିଥିଲେ । କବି ଅବନୀ ପ୍ରଧାନ, ହରିଶ୍ଚନ୍ଦ୍ର ଦାସ, କବୟିତ୍ରୀ ଗୀତାରାଣୀ ଆଇଚ, ମମତା ସାହୁ ଓ ମନୋରମା ରାୟ ପ୍ରମୁଖ ସ୍ମୃତି କବିତା ଆବୃତି କରିଥିବା ବେଳେ, ଅଧ୍ୟାପକ ନୀହାର ରଂଜନ କର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ.ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ନିର୍ମଳ ରାଉତ, ଚର୍ଚ୍ଚିକା ମହାପାତ୍ର, ମନୋଜ କୁମାର ଦାସ, ସଂଗ୍ରାମ ସାହୁ, ଦୁଃଶାସନ ମହାନ୍ତି, ଡ.ପ୍ରଭାତ ନଳିନୀ ମହାପାତ୍ର, ଜଗନ୍ନାଥ ସାହୁ, ଓ ମନୋରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.