ad
ଓଡ଼ିଶା

ସାହାରପଡାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର: କେନ୍ଦ୍ର ସରକାର ଉପରେ ବର୍ଷିଲେ ନବୀନ

ତୁରୁମୁଙ୍ଗା ୧୭-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ କ୍ଷେତ୍ର ସାହାରପଡା ବ୍ଲକ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାରଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ସଭାରେ ଯୋଗଦେଇ ଉଦବୋଧନ ଦେଇ କେନ୍ଦୁଝର ସାଂସଦ ପ୍ରାର୍ଥୀନି ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନଏକଙ୍କ ପାଇଁ ଭୋଟ ମାଗିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି। କାଳିଆ ଯୋଜନା ସାରା ଭାରତବର୍ଷରେ ଇତିହାସ ସୃଷ୍ଟି କରିବାକୁ ଯାଉଥିବାରୁ ଏଥିରେ ବିଜେପି ଭୟଭିତ ହୋଇ କାଳିଆ ଯୋଜନା ଟଙ୍କାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ସରକାର ଗଠନର ପ୍ରଥମ ଦିନରେ ହିଁ ଚାଷୀ ମାନଙ୍କୁ ଦୁଇ କିସ୍ତିର ଟଙ୍କା ପ୍ରଦାନ କରାଯିବ। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଛେନାପଦିଛକ ଠାରେ ୨୫ହଜାରରୁ ଉର୍ଦ୍ଧ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଡିଏମଏଫ ଫଣ୍ଡ କାହାର ଦୟାର ଦାନ ନୁହଁ। ବିଜୁ ଜଦତାଦଳ ସରକାର କେନ୍ଦ୍ର ସହ ଲଢ଼େଇକରି ଏହି ଯୋଜନାର ଅର୍ଥକୁ ଆଣି କେନ୍ଦୁଝରର ବିକାଶ କ୍ଷେତ୍ରରେ ଖର୍ଚ୍ଚ କରୁଛି। କେନ୍ଦୁଝର କିଲ୍ଲାରେ ମେଡିକାଲ କଲେଜ, ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ସବୁବେଳେ ଓଡିଶା ପ୍ରତି ଅବହେଳା ପ୍ରଦର୍ଶନ କରି ଆସିଛି। ଲୋକମାନେ ଏହାର ଉଚିତ ଜବାବ ଦେବେବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିବା ସହ ଲୋକସଭା ପ୍ରାର୍ଥୀନୀ ଚନ୍ଦ୍ରାଣି ମୁର୍ମୁ ନବୀନ ପଟ୍ଟନାୟକ ହେଲିକ୍ୟାପ୍ଟରରେ ବୁଧବାରଦିନ ସାହାରପଡା ହାଇସ୍କୁଲ ପଡ଼ିଆରେ ୧୧.୨୫ ରେ ଓହ୍ଲାଇ ଉପସ୍ଥିତ ଜନସାଧରଣଙ୍କଠାରୁ ଅଭିବାଦନ ଗ୍ରହଣ କରିବା ପରେ ୧୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆଗାମୀ ନିର୍ବାଚନରେ ଶଙ୍ଖ ଚିହ୍ନରେ ପୁନର୍ବାର ଭୋଟ ଦେଇ ବିଜୁ ଜନତା ଦଳକୁ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଅୟୋଜିତ ସଭାକୁ ସାହାରପଡା ବିଜେଡି ଯୁବ ନେତା କରୁଣା ସାଗର ଖଟୁଆଙ୍କ ସଂଯୋଜନାରେ କେନ୍ଦୁଝର ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପୋହି, ଜିଲା ବିଜେଡି କୃଷକ ସଭାପତି ଦୀପକ ରାଜ, ପାଟଣା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିପ୍ଳବ କୁମାର ପୃଷ୍ଟି, ବରିଷ୍ଠ ବିଜେଡି ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ପୂର୍ବତନ ସାହାରପଡା ବ୍ଲକ ବିଜେଡି ସଭାପତି ରାହାସ ବିହାରୀ ପୃଷ୍ଟି ,ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ରବୀନ୍ଦ୍ର ନାଏକ ଓ ହରିଶ ନାଏକ ପ୍ରମୁଖଯୋଗ ଦେଇ ବିଜେଡିକୁ ପୁଣି ଥରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ। ଜିଲା ଆରକ୍ଷୀ ଅଧିକ୍ଷକ ଜୟ ନାରାୟଣ ପଙ୍କଜଙ୍କ ନେତୃତ୍ୱରେ ଏସଡିପିଓ ରବୀନ୍ଦ୍ର ମଲ୍ଲିକ, ପାଟଣା ଥାନା ଅଧିକାରୀ ପୁଷ୍ପାଞ୍ଜଳୀ ସାମନ୍ତରାୟ ଓ ତୁରୁମୁଙ୍ଗା ଥାନା ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ୪ ପ୍ଲାଟୁନ ଫୋର୍ସ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଅନ୍ୟ ପଟେ ବିଜେଡ଼ି ନିର୍ବାଚନୀ ସଭାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଥିଲା।

ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ପ୍ରବଳ ଖରା କୁ ଖାତିର ନକରି ହାଜର ହଜାର ଜଣ ସାଧାରଣ ଙ୍କ ସମାଗମ ହୋଇଥିଲା କିନ୍ତୁ ଟେଣ୍ଟ ତଳେ ପ୍ରବଳ ଖରାରେ ବସିଥିଲେ ପାଣି ପାଇଁ ଡହଳ ବିକଳ ହୋଇଥିଲେ ଉପସ୍ଥିତ ଜନ ସାଧାରଣ ଲୋକଙ୍କୁ ପାଣି ପାଉଚ ଫିଙ୍ଗି ଜଳ ଯୋଗାଣ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସକାଳ ୧୦ ଟାରୁ ଲୋକ ଭିଡ଼ ଜମାଇଥିଲେ। ମୁଖ୍ୟମନ୍ତ୍ରୀ ୧୦.୫୫ ରେ ପହଁଚିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ୧୧.୨୫ ରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଥିଲେ। ଫଳରେ ସଧାରଣ ରେ ଅସନ୍ତୋଷ ଦେଖାଦେଇଥିଲା।

ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଆସି ହଟହଟା ହେଲେ ଯୁବତୀ

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଆସିଥିବା ଜଣେ ଯୁବତୀଙ୍କୁ ହଟହଟା ହେବାକୁ ପଡିଛି କଳା ରଙ୍ଗର ଓଢ଼ଣୀ ପକେଇ ଆସିଥିବାରୁ ପ୍ରବେଶ ଦ୍ୱାରରେ ପୋଲିସ ତାଙ୍କର ଓଢ଼ଣୀ ଓହ୍ୱାଇବାକୁ କହି ଓଢ଼ଣୀ ଓହ୍ଲାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ସମର୍ଥକ ତଥା ସାହରପଡା ବ୍ଲକ ଉପାଧକ୍ଷା କିରଣ ବାଳା ସିଂ, ମାଛଗଡ଼ ସମିତି ସଭ୍ୟ ରଞ୍ଜନ କୁମାର ସାହୁ, ଓ ସନାତନ ମହାକୁଡ଼ଙ୍କ ଜନ ସମୃଦ୍ଧି ପାର୍ଟିର ସାହାରପଡା ବ୍ଲକ ସଭାପତି ତଥା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଏକଙ୍କୁ ସଭାରେ ଦେଖିବାକୁ ମିଳିବା ସହିତ ସଭାରେ ଭାଷଣ ମଧ୍ୟ ଦେଇଥିଲେ। ଏଥି ସହ ବ୍ଲକର ଚମ୍ପୁଆ ବିଧାୟକଙ୍କ ସକ୍ରୀୟ କର୍ମୀ ୫ ସରପଞ୍ଚ ୭ ସମିତି ସଭ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top