Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଈ ଆଁରେ ଚବିଶପଡ଼ା ରାସ୍ତା, ୪ ପଂଚାୟତବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା, ସମସ୍ୟାର ସମାଧାନ ନହେଲେ...

ସାଳନ୍ଦୀ ନଈ ଆଁରେ ଚବିଶପଡ଼ା ରାସ୍ତା, ୪ ପଂଚାୟତବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା, ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

9

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଂଚାୟତ ଅଧିନ ଚବିଶପଡା ରାସ୍ତା ସାଳନ୍ଦୀ ନଈ ଆଁ ଭିତରେ ରହିଛି ।ଫଳରେ ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭରଶୀଳ ୫ ପଂଚାୟତ ବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ।ଚବିଶପଡା ଗାଁଦେଇ ବହିଯାଇଛି ସାଳନ୍ଦୀ ନଈ । ନଈ ପାର୍ଶ୍ୱରେ ଲମ୍ବିଛି ଏକ ଯାତାୟାତ ରାସ୍ତା ।ଯେଉଁ ରାସ୍ତାଦେଇ ପ୍ରତିଦିନ ହଜାର ହଜର ହଜାର ଲୋକ ଯାତାୟାତ କରନ୍ତି । ରାସ୍ତା ଏବେ ଧୀରେଧୀରେ ନଈ ଗର୍ଭରେ ଲୀନ ହେବାକୁ ବସିଲାଣି ।ସାଳନ୍ଦୀ ନଈ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନଥିବାରୁ ରାସ୍ତାକୁ ନଈ ଖାଉଛି । ସେଥିପାଇଁ ରାସ୍ତା ବିପଦ ସଂକୁଳ ହୋଇଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ୪ ପଂଚାୟତବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏସମ୍ପର୍କରେ ପଂଚାୟତବାସୀ ବିଭିନ୍ନ ସମୟରେ ସାଳନ୍ଦୀ ଜଳସେଚନ ବିଭାଗ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନପାଇବାରୁ ତିହିଡି଼ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ । ମାତ୍ର ଏଯାବତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ପଂଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚବିଶପଡ଼ା ଗ୍ରାମବାସୀ ମଙ୍ଗଳବାର ଏକ ପ୍ରେସ ବିବୃତିରେ ସୂଚନାଦେଇ କହିଛନ୍ତିଯେ, ଆସନ୍ତା ୧୫ଦିନ ମଧ୍ୟରେ ସୁରକ୍ଷା ପ୍ରାଚୀର ନିର୍ମାଣ ସହ ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆ ନଗଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ । ସେମାନେ ଦର୍ଶାଇଛନ୍ତି ଯେ, ବାରୋ ପଂଚାୟତଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଛି । ପଂଚାୟତଟି ବନ୍ୟା ପ୍ଲାବିତ ପଂଚାୟତ ଭାବେ ପରିଗଣିତ ।କିଛି ବର୍ଷ ପୂର୍ବେ ସାଳନ୍ଦୀ ନଦୀ ସଂସ୍କାର ହୋଇଥିଲେ ମଧ୍ୟ ଚବିଶପଡ଼ା ନିକଟରେ ନଦୀକୁ ଧସି ଯାଇଥିବା ରାସ୍ତା ପାର୍ଶ୍ୱରେ ସେତେବେଳେ ସୁରକ୍ଷା ପ୍ରାଚୀର ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା । ଯାହାଫଳରେ ୫ଶହ ମିଟର ଲମ୍ବର ରାସ୍ତା ସାଳନ୍ଦୀ ନଈ ଗର୍ଭରେ ମିଶିବାକୁ ବସିଲାଣି। ଏହି ରାସ୍ତାରେ ବାରୋ ସମେତ ବିଲଣା, ବୋଡ଼କ ଓ ତଳଗୋପବିନ୍ଧା ପଂଚାୟତର ଅଧିବାସୀମାନେ ଯାତାୟତ କରିଥାନ୍ତି । ଏହାଛଡ଼ା ପ୍ରତିଦିନ ଶତାଧିକ ଯାନବାହାନ ମଧ୍ୟ ଚଳାଚଳ କରିଥାଏ । ରାସ୍ତାର ଏହି ବିପଦସଙ୍କୁଳ ଅବସ୍ଥା ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବାରେ ଲାଗିଛି । ନଦୀ ଭିତରକୁ ମାଲ ବୋଝେଇ ଗାଡ଼ି ଓଲଟି ପଡୁଛି । ରାସ୍ତାରେ ଯିବା ସମୟରେ ଲୋକେ ଭୟଭୀତ ହୋଇ ପଡୁଛନ୍ତି । ବିଶେଷତଃ ସ୍କୁଲ ପିଲାମାନେ ରାସ୍ତାରେ ଯାତାୟାତ କଲାବେଳେ ବିପଦରେ ସମ୍ମୁଖୀନ ହେବେ ଆଶଙ୍କା ରହିଛି । ରାସ୍ତାଟି ବିପଜ୍ଜନକ ହୋଇଥିବାରୁ ପଂଚାୟତବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ରାସ୍ତାଟି ଗତ ବନ୍ୟାରେ ବୁଡିଯାଇଥିଲା। ଫଳରେ ଲୋକମାନେ ଯାତାୟାତ କରିପାରିନଥିଲେ ।ଆଗାମୀ ଦିନରେ ଧନ ଜୀବନ ହାନୀ ହେବାର ଆଶଙ୍କା ରହିଛି ।ତୁରନ୍ତ ରାସ୍ତା ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇ ରାସ୍ତା ମରାମତି କରାଯିବାକୁ ।ପଂଚାୟତ କଂଗ୍ରେସ ସଭାପତି ନରହରି ନାୟକ, କୃପାସିନ୍ଧୁ ନାୟକ, ଅଜୟ ନାୟକ, ତ୍ରିଲୋଚନ ନାୟକ, ଭାସ୍କର ମହାପାତ୍ର, ରାମଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ବଳ, ପ୍ରଦୀପ ମହାପାତ୍ର, ସୁଶୀଳା ନାୟକ, ହେନାଲତା ନାୟକ, ପବିତ୍ରା ନାୟକ, ଉର୍ମିଳା ନାୟକ, ଦ୍ରୌପଦୀ ନାୟକ ପ୍ରମୁଖ ୱାର୍ଡ ସଦସ୍ୟ ଓ ଗ୍ରାମବାସୀ ଦାବି ଜଣାଇଛନ୍ତି । ଏ ସମ୍ପର୍କରେ ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ଏସଡ଼ିଓ ରାଇକେନ ବେସ୍ରା କହିଛନ୍ତିଯେ, ସାଳନ୍ଦୀ ନଈ ସଂସ୍କାର ପାଇଁ ସରକାରଙ୍କୁ ପ୍ରସ୍ତାବ ଯାଇଛି ।ଅନୁମୋଦନହୋଇ ଆସିଲେ ସଂସ୍କାର ସମୟରେ ସୁରକ୍ଷା ପ୍ରାଚୀର ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.