Home ଓଡ଼ିଶା ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ଲଗାଣ ବର୍ଷା : ମାଛଧରିବାକୁ ଯାଇ ଯୁବକ ନିଖୋଜ – ସାଲେପୁରରେ...

ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ଲଗାଣ ବର୍ଷା : ମାଛଧରିବାକୁ ଯାଇ ଯୁବକ ନିଖୋଜ – ସାଲେପୁରରେ ଘରେ ପାଣି ପସିଲା

143

ସାଲେପୁର /ନିଶ୍ଚିନ୍ତକୋଇଲି : ୧୩-୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକଅଞ୍ଚଳରେ ଗତ ରବିବାର ଠାରୁ ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଜୀବନଯାତ୍ରା ଅଚଳ ହୋଇପଡିଛି। ରାସ୍ତାଘାଟ ବିଲାବାଡ଼ି ବୁଡିରହିଛି। ସାଲେପୁରରେ ଅନେକ ଲୋକଙ୍କ ଘରେପାଣି ପାଣିପଶି ଥିବା ଜଣାପଡିଛି. ନିଶ୍ଚିନ୍ତକୋଇଲି ବ୍ଲକ ନତକେଇ ଗ୍ରାମରଏକ ପାଟନାଳୀରେ ଜାଲ ପକାଇ ମାଛ ଧରୁଥିବା ବେଳେ ସ୍ଥାନୀୟ ଗ୍ରାମର ଯଶବନ୍ତ ରାଉତଙ୍କ ପୁଅ ସଞ୍ଜୟ ରାଉତ ନିଖୋଜ ଥିବା ଜଣାପଡିଛି। ନିଶ୍ଚିନ୍ତକୋଇଲି ପୋଲିସ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ଖୋଜାଖୋଜି କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଲଗାଣ ବର୍ଷାରେ ବିଲର ପାଟନାଳିରେ ପ୍ରବଳ ପାଣି ଯୋଗୁ ମାଛ ଧରିଲା ବେଳେ ଭାସି ଯାଇ ଥିବା ଅନୁମାନ କରାଯାଉଛି। ଏବେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି। ଲୋକଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି। ତୁରନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.