ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ନିର୍ବାଚନ ମଣ୍ଡଳୀ ରେ ଜଣେ ସାଲିସ ବିହୀନ ଓ ଦରଦୀ ନେତା ଥିଲେ ପୂର୍ବତନ ବିଧାୟକ ମାନସ ରଞ୍ଜନ ମଲ୍ଲିକ ।ବନ୍ୟା କି ବାତ୍ୟା ହେଲେ ପ୍ରଥମେ ବିପନ୍ନ ଙ୍କ ପାଖରେ ପହଞ୍ଚି ଯାଉଥିଲେ ମାନସ।ତାଙ୍କର ଆଜି ୧୩ ତମ ଶ୍ରାଦ୍ଧ ବାର୍ଷିକ ରେ ଅତିଥି ମାନେ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ ।ଧାମନଗର ବ୍ଲକ ର ସ୍ୱର୍ଗତ ମାନସ ଙ୍କ ନିଜ ବାସ ସ୍ଥାନ ହସନାବାଦ ପଞ୍ଚାୟତ ର ଗୋପବନ୍ଧୁନଗର ଠାରେ ଆୟୋଜିତ ସ୍ମୃତି ସଭା ରେ ସ୍ମୃତି କମିଟି ର ସଭାପତି ଆଇନିଯିବି ଦେବାଶିଷ ସାମଲ ଙ୍କ ସଭାପତିତ୍ୱ ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ପୂର୍ବତନ ସାଂସଦ ମଞ୍ଜୁ ଲତା ମଣ୍ଡଳ ,ବିଞ୍ଜାରପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରମିଳା ମଲିକ, ବରି ନିର୍ବାଚନ ମଣ୍ଡଳୀ ର ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ,ଭଣ୍ଡାରି ପୋଖରୀ ବିଧାୟକ ସଂଜିବ କୁମାର ମଲ୍ଲିକ, ଭଦ୍ରକ ଜିଲ୍ଲାପରିଷଦ ଅଧକ୍ଷ ପ୍ରଫୁଲ୍ଲ ମଲ୍ଲିକ,ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ।ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତି କାନ୍ତ ମଣ୍ଡଳ,ବିଜେଡି ମହିଳା ସଭାନେତ୍ରୀ ବିଦ୍ୟୁତ ଲତା ନାୟକ,ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ବିଜେଡି ଯୁବ ସଭାପତି ମୁକୁନ୍ଦ ଦେବ ସାମଲ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନୋଦ ନାୟକ ଓ ଅଶୋକ କୁମାର ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ।ଜିଲ୍ଲାପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ,ବ୍ଳକ୍ ବିଜୁ ଯୁବ ଜନତା ଦଳର ସଭାପତି ଭାରତ ବିଜୟୀ ଦଳାଇ,ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି, କବି ସଚ୍ଚିକାନ୍ତ ପଣ୍ଡା, ଧାମନଗର କଲେଜ ର ପୂର୍ବତନ ଅଧକ୍ଷ ପ୍ରମୋଦ ଦାସ, ଆଇନିଯିବି ଶଶି କାନ୍ତ ପଣ୍ଡା,ଯାଜପୁର ଜିଲ୍ଲା ବିଜେଡି ର ଜିଲା ସଭାପତି ସରୋଜ ମହାପାତ୍ର,ପୂର୍ବତନ ସରପଂଚ ଅରବିନ୍ଦ ପାଢ଼ୀ,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, କିଶାନ କୁମାର ରାଉତ, ବାବାଜୀ ପାଢ଼ୀ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ମାନସ ଙ୍କ ବିଧାୟକ ସମୟରେ ଓ ତାଙ୍କର ଜନ ସେବା ସମ୍ପର୍କସ୍ମତି ଚାରଣ କରିଥିଲେ । ସ୍ୱର୍ଗତ ମାନସ ଙ୍କ ସାନଭାଇ ତଥା ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମାନସ ଙ୍କ ପୁତ୍ର ଅମିତ କୁମାର ମଲିକ ସମସ୍ତ ଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ସକାଳେ ପ୍ରଭାତ ଫେରି ଓ ତିଳ ତର୍ପଣ କରା ଯାଇଥିଲା।








