Home ଜିଲ୍ଲା ପରିକ୍ରମା ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ

58

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଏହି ଜିଲାର ବାସୁଦେବପୁର ବେତଡା ଠାରେ ଯୁବ ସାମାଜିକ କର୍ମୀ ସତ୍ୟବ୍ରତ ଶତପଥୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୃବୁର୍ତ୍ତଙ୍କୁ ଗିରଫ କରିବା ଦାବିରେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଭାରତୀୟ ମାନବ ଅଧିକାରୀ ପରିଷଦ ଓ ସାମାଜିକ କର୍ମୀଙ୍କ ଉପସ୍ଥିତିରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇନ୍ ଅନୁଯାୟୀ ଦଣ୍ଡ ବିଧାନ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଭାରତୀୟ ମାନବ ଅଧିକାରୀ ପରିଷଦ ସାଧାରଣ ସଂପାଦକ ଚନ୍ଦ୍ର ଶେଖର ରାଉତ, ମିଡିଆ ସେଲ୍‌ର ପ୍ରକାଶ ସ୍ୱାଇଁ, ସଦସ୍ୟ ଶିବାନୀ ଶଙ୍କର ମିଶ୍ର, ତାପସ ରଂଜନ ପୃଷ୍ଟି, ସାମାଜିକ କର୍ମୀ ଅପୂର୍ବ ବେହେରା, ପ୍ରମୋଦ ଦାସ ଏବଂ ଅନ୍ୟମାନେ ଏହି ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେଲେ ପରିବାର ପକ୍ଷରୁ ଜିଲା ପୁଲିସ୍ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.