Home କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ଦେଖି ଡେଙ୍ଗୁ ରୋଗୀର ପିତା...

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ଦେଖି ଡେଙ୍ଗୁ ରୋଗୀର ପିତା ନାରାୟଣପାଟଣା ନେଇଗଲେ ; ବିଶାପାଖାପାଟଣା ଡାକ୍ତରଖାନାରେ ଚିକିସôା କରିବେ ବୋଲି କହିଲେ 

118

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରୋଗୀ ଚିକିସôା କରିବାକୁ ଆସନ୍ତି ଓଗୁରୁତର ରୋଗୀ ଭର୍ତି ହୋଇ ଚିକିସôା କରାଯାଏ ।ଏହି ହସପିଟାଲର ଅବ୍ୟବସ୍ଥାକୁ ଦେଖି ଜଣେ ଡେଙ୍ଗୁ ରୋଗୀଙ୍କ ପିତା ରୋଗୀକୁ ନିଜ ଘର ନାରାୟଣପାଟଣା ନେଇଯାଇଥିବା ଜଣାପଡିଛି ।
ନାରାୟଣପାଟଣାର ଉଦୟ କୁମାର ବଳଙ୍କ ୮ ବର୍ଷର ଶିଶୁ କନ୍ୟା ଆଦ୍ୟଶା ବଳ ଜ୍ୱରରେ ପିଡିତ ହୋଇଥିଲେ ଓ ଜ୍ୱର ନ କମିବାରୁ ଲକ୍ଷ୍ମିପୁର ଡାକ୍ତରଖାନା ନେଇଥିଲେ ।ସେଠାରେ ଏକ ବେସରକାରୀ କ୍ଲିନିକ ହରି ଓମରେ ରକ୍ତ ପରୀକ୍ଷା କରିଥିଲେ ।ରକ୍ତ ପରୀକ୍ଷାରେ ଡେଙ୍ଗୁ ପଜିଟିଭ ଥିବା ଜଣାପଡିବା ପରେ ଲକ୍ଷ୍ମିପୁର ଡାକ୍ତରଙ୍କୁ ଦେଖାଇଥିଲେ ବୋଲି ଉଦୟ କୁମାର ବଳ ସୂଚନା ଦେଇଥିଲେ ।ଲକ୍ଷ୍ମିପୁର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ନାରାୟଣପାଟଣା ଡାକ୍ତରଖାନାରେ ନିଜର ଶିଶୁ କନ୍ୟାର ଚିକିସôା କରିଥିଲେ ଓ କୋରାପୁଟ ହସପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଆଜି ସକାଳେ ନିଜ ମଟରସାଇକେଲ ଯୋଗେ ଶିଶୁକନ୍ୟାକୁ କୋରାପୁଟ ହସପିଟାଲ ଆଣି ଶିଶୁ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ ଓ ରକ୍ତ ପରୀକ୍ଷା କରିବାକୁ କହିଥିଲେ ।ବିଶେଷ କିଛି ହୋଇନାହିଁ ଜ୍ୱର ହୋଇଛି ଓ ରୋଗୀକୁ ଘରକୁ ନେଇଯାଅ ବୋଲି ଡାକ୍ତର କହିଥିଲେ ବୋଲି ସେ ପ୍ରକାଶ କରିଥିଲେ ।ଏହାପରେ ରୋଗ ନିରୂପଣ କେନ୍ଦ୍ରରେ ରକ୍ତ ଦେଇଥିଲେ ଓ ଆସନ୍ତାକାଲି ରିପୋର୍ଟ ଆସିବ ବୋଲି କର୍ତୂପକ୍ଷ କହିଥିଲେ ବୋଲି ସେ ସୂଚନା ଦେଇଥିଲେ ।ନିକଟରେ ଥିବା ଫାଣ୍ଠିର ଜଣେ କର୍ମଚାରୀଙ୍କୁ ହସପିଟାଲରେ ଶିଶୁକନ୍ୟାକୁ ଭର୍ତି କରିବାକୁ ନିବେଦନ କରିଥିଲେ ।ହସପିଟାଲ ମ୍ୟାନେଜର ସହ ଫାଣ୍ଠି କର୍ମଚାରୀ କଥା ହୋଇଥିଲେ ।କିନ୍ତୁ କୋରାପୁଟ ହସପିଟାଲରେ ଶଯ୍ୟା ଅଭାବ ରହିଥିବା ହସପିଟାଲ ମ୍ୟାନେଜର କହିବା ସହ ତୁମେ ଏକ ଚଦର କ୍ରୟ କର ଆଣ ଓ ଆମ୍ଭେ ମଶାରୀ ପ୍ରଦାନ କରିବୁ ବୋଲି ମ୍ୟାନେଜର କହିଥିଲେ ସେ ପ୍ରକାଶ କରିଥିଲେ ।ଣ୍ଟଆସନ୍ତାକାଲି ଆପଣ କୋରାପୁଟ ଆସିବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ରୋକଠୋକଭାବେ ମନାକରି ଦେଇଥିଲେ । ଆମ୍ଭେ ଶିକ୍ଷିତ ହୋଇଥିବା ବେଳେ ହସପିଟାଲ କର୍ତୂପକ୍ଷ ଏପରି ବ୍ୟବହାର କରୁଥିବା ସେ ଅଭିଯୋଗ କରିବା ସହ ଅଶିକ୍ଷିତଙ୍କୁ କିପରି ବ୍ୟବହାର କରୁଥିବେ ତାହା ଚିନ୍ତାର ବିଷୟ ବୋଲି ସେ ପ୍ରକାଶ କରିଥିଲେ ।ମୋର ଶିଶୁକନ୍ୟାକୁ ମୁଁ ବିଶାଖାପାଟଣା ନେଇ ଚିକିସôା କରିବୁ ବୋଲି ସେ ସୂଚନା ଦେଇଥିଲେ ।ମଟରସାଇକେଲ ଯୋଗେ ଆଜି ଅପାରହ୍ନରେ ଶିଶୁକନ୍ୟାକୁ ନାରାୟଣପାଟଣା ନେଇଯାଇଥିଲେ ।ହସପିଟାଲରେ ମାଗଣାରେ ସବୁକିଛି ଦିଆଯାଉଥିବା ବେଳେ ମ୍ୟାନେଜର କାହିଁକି ଚାଦର କ୍ରୟ କରିବା ପାଇଁ କହିଲେ ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ଆଲୋଚନା ହେଉଛି ।ରୋଗୀଙ୍କୁ ଡେଙ୍ଗୁ ପଜିଟିଭ ବାହାରିଥିବା ସତ୍ୱେ ହସପିଟାଲରେ କାହିଁକି ରଖାଗଲା ନାହିଁ ତାହା ଚିନ୍ତାର କାରଣ ଅଟେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।ରାଜ୍ୟ ସରକାର ସ୍ୱତନ୍ତ୍ର ଡେଙ୍ଗୁ ଓାର୍ଡ କରିବାକୁ ନିଦେ୍ର୍ଦଶ ଦେଇଥିବା ସତ୍ୱେ ଏଠାରେ ସେପରି କିଛି ନାହିଁ ।ସଂକ୍ରମଣ ଓାର୍ଡରେ ୩ ଟି ଶଯ୍ୟାରେ ମସାରୀ ପକାଇ ରୋଗୀ ରଖାଯାଉଥିବା ନଜର କରାଯାଇଥିଲା ।ଏ ସଂପର୍କରେ କଲେଜ ଅଧୀକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିଙ୍କୁ ପଚାରିବାରେ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ ।କୋରାପୁଟରେ ରୋଗୀ ସେବା ଠିକଭାବେ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।ଦିନ ଦିନକୁ ରୋଗୀ ସଂଖ୍ୟା ବୃଦ୍ଧି ପାଇ ଏବେ ଦିନକୁ ୧ ହଜାର ରୋଗୀ ଆସୁଥିବା ସେ ସୂଚନା ଦେଇଥିଲେ ।ସ୍ୱତନ୍ତ୍ରଭାବେ ଡେଙ୍ଗୁ ଓାର୍ଡ ନ ଥିବା ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.