Home ଓଡ଼ିଶା ସହରାଂଚଳରେ ସପ୍ତାହନ୍ତ ଲକ୍ ଡାଉନ୍ କୁ ରଣପୁରବାସୀ ମାନିନେଇଛନ୍ତି

ସହରାଂଚଳରେ ସପ୍ତାହନ୍ତ ଲକ୍ ଡାଉନ୍ କୁ ରଣପୁରବାସୀ ମାନିନେଇଛନ୍ତି

40

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର‌୍ୟ୍ୟ) -କରୋନାର ୨ୟ ଲହର ନୁହେଁ ସୁନାମୀ ମାଡିଆସୁଥିବା ଯୋଗୁଁ ଓଡିଶା ସରକାରଙ୍କ ସପ୍ତାହନ୍ତ ୨ଦିନିଆ ଲକ୍ ଡାଉନ୍ କୁ ରଣପୁର ଏନ୍ ଏ ସି ବାସୀ ସ୍ୱତଃ ମାନିନେଇଛନ୍ତି । ପୋଲିସ୍ ନାମକୁ ମାତ୍ର ଘେରା ମାରୁଛି । କେବଳ କିଛି ଅମାନିଆଁ ଗ୍ରାମାଂଚଳ ଯୁବକ ସହରାଂଚଳକୁ ପ୍ରବେଶ କରିବା ଯୋଗୁଁ ପୋଲିସ୍ କୁ କାର‌୍ୟ୍ୟ ବଢାଇଦେଇଛି । କିନ୍ତୁ ରଣପୁର ଏନ୍ ଏ ସି ର ୧୫ ଗୋଟି ୱାର୍ଡ ର ଜନସାଧାରଣ ବ୍ୟବସାୟୀ ଗାଡିମାଲିକ ସମସ୍ତେ କରୋନାର ଭୟାଭୟତାକୁ ଉପଲବ୍‌ଧି କରି ଲକ୍ ଡାଉନ୍ ସମୟରେ ସମସ୍ତେ ଘରେ ରହିଛନ୍ତି ।

କେବଳ ରୋଗୀ ଚିକିତ୍ସା ପାଇଁ ସରକାରୀ ଡାକ୍ତର ଖାନା ଖୋଲାରହିଛି  । ଔଷଧ ଦୋକାନ ସାଙ୍ଗକୁ ଅତ୍ୟାବଶକୀୟ ଦୋକାନ କେବଳ ଖୋଲାରହିଛି  । କହିବାକୁ ଗଲେ ଗ୍ରାମାଂଚଳରେ ଜୀବନଯାତ୍ରା ସ୍ୱାଭାବିକ୍ ଥିବାବେଳେ ରଣପୁରରେ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ରଣପୁର ଥାନା ତରଫରୁ ସବ୍ ଇନିସ୍‌ପେକ୍ଟର୍ ପ୍ରିତିପ୍ରକାଶ ମହାନ୍ତି ବିଭିନ୍ନ ଯାଗାରେ ଚଢାଉ କରି ୧୦ହଜାର ଟଙ୍କା ଫାଇନ୍ ଆଦାୟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.