ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ,ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପତ,ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ,ସରୋଜ ଦତ,ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ବଳ,ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାମଲ,ଭଦ୍ରକ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ,ବିଦ୍ୟୁତ୍ ବିଭାଗ (ଟି ପି ଏନ ଓ ଡ଼ି ଏଲ ) ଅଧିକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ବିଭାଗ ୧ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ସମେତ ଅନ୍ୟ ବିଭାଗ ର ମୁଖ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ କରିବା,ଗୋଚାଲାଣ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା,କୋଇଲା ଏବଂ ଧଳା ଜହର ବେପାରୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜବର ଦଖଲ ଉଚ୍ଛେଦ ନିମନ୍ତେ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆଙ୍କର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ଏବଂ ମୁଖ୍ୟ ରାସ୍ତା ପ୍ରଶସ୍ତି କରଣ ନିମନ୍ତେ ବିଶେଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ମିଳିତ ଭାବେ ପୌରପାଳିକା ଏବଂ ପୂର୍ତ୍ତ ବିଭାଗ ସହିତ ଆଲୋଚନା ହୋଇଥିଲା। ବର୍ଷା ରୁତୁ ପୂର୍ବରୁ ସମସ୍ତ ମୁଖ୍ୟ ନାଳ ସହିତ ନାଜର ନାଳ ର ସଫେଇ ଏବଂ ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବିଭାଗ ସହିତ ବିଶେଷ ଆଲୋଚନା ହୋଇଥିଲା।ଭଦ୍ରକର ଜୀବନ ରେଖା କୁହାଯାଉଥିବା ସାଳନ୍ଦୀ ନଦୀର ପୁନରୁଦ୍ଧାର ଓ ନଦୀ ଘାଟର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କର ଆଲୋଚନା ହୋଇଥିଲା।ଉଚ୍ଛେଦ ହୋଇଥିବା ଦୋକାନୀ ମାନଙ୍କୁ ଭେଣ୍ଡିଙ୍ଗ ଜୋନ ଏବଂ ମାର୍କେଟ କମ୍ପେ୍ଲକ୍ସ ମାଧ୍ୟମରେ ଥଇଥାନ ନିମନ୍ତେ ବିଶେଷ ଧ୍ୟାନ ଦେବା ସହ ସ୍ଥାନ ନିରୂପଣ କରିବାକୁ ବିଧାୟକ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି ।