Home ଜିଲ୍ଲା ପରିକ୍ରମା ସହକାରୀ ଯୋଗାଣ ଅଧିକାରୀ ଙ୍କୁ ଗିରଫ ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଜିଲ୍ଲାକଂଗ୍ରସ...

ସହକାରୀ ଯୋଗାଣ ଅଧିକାରୀ ଙ୍କୁ ଗିରଫ ଦାବିକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଜିଲ୍ଲାକଂଗ୍ରସ ଦଳ

60

ମାଲକାନଗିରି,୨୮ା୯ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ମଣ୍ଡିଗୁଡିକରେ ଧାନକିଣିବିକାରେ ଦୁର୍ନିରେ ଲିପ୍ତଥିବା ଜିଲ୍ଲାସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କୁ ଗିରଫ କରିବା ଦାବିନେଇ ଜିଲ୍ଲାକଂଗ୍ରସ ଦଳ ପକ୍ଷରୁ ଆଜି ସାକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ସଂପୃକ୍ତ ଏସିଏସଓ ଙ୍କ ବିରୋଧରେ ଗତ୧୯ତାରିଖରେ ଜିଲ୍ଲାପାଳଙ୍କୁ ଦରଖାସ୍ତ ଓ ଏସପି ଙ୍କୁ ଏକ ଏତାଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇ ନଥିବାରୁ ଆଜି ମାଲକାନଗିରି ଜିଲ୍ଲାକଂଗ୍ରେସ କମିଟି ସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରସ କର୍ମୀ ଓ ନେତା ମାନେ କୋଭିଡ ନିୟମ ପାଳନସହ ମାସ୍କପରିଧାନ କରି ସାମଜିକ ଦୁରତା ଅବଲମ୍ବନ କରି ଗଣଧାରଣାରେ ବସିଥିଲେ । ଦୀର୍ଘ୧୦ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ସହକାରି ଯୋଗଣ ଅଧିକାରୀ ଶ୍ରୀ ପ୍ରଧାନ ଗାଦି ମାଡିବସି ଛନ୍ତି, ତାଙ୍କ ନାମରେ ତିନି ତନି ଥର ଭିଜିଲାନ୍ସ କେସ ହୋଇଥିଲେ ମଧ୍ୟ ତାଙ୍କୁ ବିଭାଗୀୟ ଉଚ ଅଧିକାରୀଘଟଂ ଘୋଡାଇ ରଖିଛନ୍ତି । ଯୋଗାଣ ବିଭାଗ ଇନିସପେକ୍ଟର ସାଗରିକା ମୁଦୁଲି ଙ୍କ ଲିଖିତ ଅଭି ଯୋଗ କ୍ରମେ ମାଲକାନଗିରି ଥାନା କେସ ନମ୍ବର ୪୯/୨୦୨୦,ଧାରା୧୨୦(ବି),୪୨୦,୩୪ ଆଇପିସି ରେ ମାଲାକନଗିରି ଚାଲାଣଗୁଡା ଧାନମଣ୍ଡି ରେ ଦୁର୍ନିତି ସଂପର୍କରେ ଆନନ୍ଦ ମାଲାକାର,ପଦିଆ କବାସୀ,ଇନ୍ଦ୍ରପଣ୍ଡା ଓ ଅନ୍ୟମାନଙ୍କ ନାମରେ କେସ ରୁଜୁ କରାଯାଇଥିଲା । ଏହି କେସର ରଫାଦଫା କରିବା ପାଇଁ ଉତ୍କୋଚ ନେଇ ସହକାରି ଯୋଗଣ ଅଧିକାରୀ ଶ୍ରୀ ପ୍ରଧାନ ଦାଇତ୍ୱନେଇଥିଲେ । ଏହାର ଓଡିଓ ରେକର୍ଡ ଭାଇରାଲ ହୋଇଥିଲା । ଶ୍ରୀ ପ୍ରଧାନଙ୍କ ବିରୋଧରେ କେସ କରାଯାଇ ଡିଏସପି ସ୍ତରୀୟ ଅଧିକାରୀ ତଦନ୍ତ କରି ତାଙ୍କୁ ଆସନ୍ତା ସାତଦିନ ମଧ୍ୟରେ ଗିରଫ କରାଯିବା ପାଇଁ ଜିଲ୍ଲାକଂଗ୍ରେସ ଦଳ ଦାବି କରି ଏତାଲା ଦେଇଥିଲେ । ଆଜି ପର୍ଯ୍ୟନ୍ତ ଶ୍ରୀ ପ୍ରଧାନଙ୍କ ବିରୋଧରେ କୌଣସି ପଦେକ୍ଷେପ ନିଆଯାଇ ନଥିବାରୁ କଂଗ୍ରସଦଳ ଆଜି ସକାଳ୧୦ଟା ଠାରୁ ଦିନ୨ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟମ୍ମୁଖରେ ଗଣଧାରଣା ରେ ବସି ଏସିଏସଓ ,ଜିଲ୍ଲାପାଳଙ୍କ ବିରୋଧରେ ନାନା ପ୍ରକାରସ୍ଲୋଗାନ ପକାଇ ତୁରନ୍ତ କାର୍ଯ୍ୟାନୁଷ୍ଟାଣ ଗ୍ରହଣ କରିବା ପାଇଁ ଦାବିକରିଛନ୍ତି । ପରେ ଏସଏସଓ ଙ୍କ ନାମରେ ମୁର୍ଦ୍ଦବାଦ ପକାଇ ଅତିରିକ୍ତ ଜିଲ୍ଲାପାଳ ବୀରସେନପ୍ରଧାନ ଙ୍କୁ ଭେଟି ଦୁର୍ନିତିରେ ଲିପ୍ତଥିବା ଏସିଏସଓ ଓ ଅନ୍ୟାନ ଅଧିକାରୀ ଙ୍କ ବିରୋଧରେ ଆସନ୍ତା ୮ଦିନ ମଧ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମିଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଅଚଳ କରିଦିଆ ଯିବବୋଲି ଜିଲ୍ଲାକଂଗ୍ରେସ ସଭାପତି ଶ୍ରୀ ପାତ୍ର କହିଛନ୍ତି । ଏହି ଗଣଧାରଣାରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରାମପଟନାୟକ,କଂଗ୍ରେସ ନେତା ପର୍ଶୁରାମ ଭକ୍ତ,ପ୍ରାନ ମଣ୍ଡଳ,ମାଲା ମାଢି,ଜି. ଶ୍ରିନିବାସ ରାଓ,ପି.କେଶୁ ରାଓ, ଭିମା ବାର୍ସା ,ଛବିଦାସ,ଲକ୍ଷ୍ମୀ ନାରାୟଣ ମହାରଣା ,ପେଣ୍ଡ୍ରାପଣ୍ଡା,ମେଟା ବାଘ ପ୍ରମୁଖ କଂଗ୍ରେସଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.