Home ଓଡ଼ିଶା ସର୍ପାଘାତରେ ଜଣେ ମୃତ

ସର୍ପାଘାତରେ ଜଣେ ମୃତ

1109

କୋରାପୁଟ ୧୮-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ବୋରିଗୁମ୍ମା ବ୍ଲକ ବିସିଂହପୁର ପଂଚାୟତର ସନ୍ତୋଷପୁର ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣକ ଜୋଶେଫ୍ ସାମୁଏଲଙ୍କ ପୁଅ ଯଶ୍ମୀନ୍ ଶୁଭାସିତ ସାମୁଏଲ୍ (୪୬) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ଯଶ୍ମୀନ୍ ଶୁଭାସିତ ସମବାର ରାତିରେ ଖାଇ ସାରି ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ କୌଣସି ବିଷଧର ସାପ କାମୁଡି ଦେଇଥିଲା। ଯଶ୍ମୀନଙ୍କୁ ପରିବାର ଲୋକେ ପ୍ରଥମେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ଆଜି ପୂର୍ବାନ୍ନରେ ଯଶ୍ମୀନଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲାବେଳେ କୋରାପୁଟରେ ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.