Home ଜିଲ୍ଲା ପରିକ୍ରମା ସରସ୍ୱତୀ ବିହାରରେ ବିଶ୍ୱ ସଂସ୍କୃତ ଦିବସ ସମାରୋହ

ସରସ୍ୱତୀ ବିହାରରେ ବିଶ୍ୱ ସଂସ୍କୃତ ଦିବସ ସମାରୋହ

17

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ବିଖ୍ୟାତ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ସରସ୍ୱତୀ ବିହାରରେ ଜିଲ୍ଲା ସଭାପତି ଡକ୍ଟର ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷାର ଉପାଦେୟତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଶିଷ୍ଟ ଶିଳ୍ପପତି ପୁରୁଷୋତ୍ତମ ଭାରତୀ ସଂସ୍କୃତ ଭାଷାର ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମିତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସଦାନନ୍ଦ ଦୀକ୍ଷିତଃ ସଂସ୍କୃତର ବିଶ୍ୱବ୍ୟାପୀ ଆଗ୍ରହ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷଣ, ସଂସ୍କୃତ ନାଟକ, ସଂଗୀତ ଓ ଗୀତାବୃତ୍ତି ପ୍ରତିଯୋଗିତା ପଣ୍ଡିତ ଆଲୋକ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ସରସ୍ୱତୀ ଶୋଧ ସଂସ୍ଥାନ ପକ୍ଷରୁ ଡ. ବିଶ୍ୱରଂଜନ ପଣ୍ଡାଙ୍କ ସଂଯୋଜନାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସ୍ୱତନ୍ତ୍ରତା ସଂଗ୍ରାମରେ ସଂସ୍କୃତର ଅବଦାନ ଶୀର୍ଷକ ଆଲୋଚନାଚକ୍ରରେ ସଭାପତିତ୍ୱ କରିଥିଲେ ଗୁଜୁରାଟର ସର୍ବାଙ୍ଗୀ ଜୀବନ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶିକା ଡ. ଯଶୋଧାରା କର। ଅଧ୍ୟାପକଗଣ ଗବେଷଣା ପ୍ରବନ୍ଧ ପାଠ କରିଥିଲେ। ଏହି ଅବସରରେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଠିତ ନିତ୍ୟାନନ୍ଦ ମିଶ୍ର, ଡ. ଯଶୋଧାରା କର, ପଣ୍ଡିତ ବିଷ୍ଣୁମୋହନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପାଢୀଙ୍କୁ ଉପାଧି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ମଧ୍ୟ ପଣ୍ଡିତ ମଣ୍ଡଳୀ ପକ୍ଷରୁ ‘ସଂସ୍କୃତ ଭୂଷଣ’ ଉପାଧି ବିମଣ୍ଡିତ କରାଯାଇଥିଲା। ମାସିକ ସଂସ୍କୃତ ପତ୍ରିକା ‘ଲୋକଭାଷାସୁଶ୍ରୀଃ’ ଲୋକାର୍ପିତ କରାଯାଇ ବଣ୍ଟନ କରାଯାଇଥିଲା। ସଭାରମ୍ଭରେ ପଣ୍ଡିତ କଳ୍ପତରୁ ଉଦ୍‌ଗାତା ସ୍ୱାଗତ ଅଭିଭାଷଣ ଓ ଶେଷର ପଣ୍ଡିତ ସମରେନ୍ଦ୍ର ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.