Home ଓଡ଼ିଶା ସରକାରୀ ସହାୟତା ସାତ ସପନ,ଛେଳି ଗୁହାଳରେ ବିତେ ଜୀବନ

ସରକାରୀ ସହାୟତା ସାତ ସପନ,ଛେଳି ଗୁହାଳରେ ବିତେ ଜୀବନ

51

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ସରକାରୀ ଗରିବ ନିରିହ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । କିନ୍ତୁ ସରକାରୀ କର୍ମଚାରୀଙ୍କ ଖାମ୍‌ଖିଆଲ୍ ମନବୃତି ଯୋଗୁ ଯୋଜନା ସଫଳ ରୂପାୟନ ହୋଇପାରୁ ନାହିଁ । ଯାହାଫଳରେ ଯୋଜନା ଦିଗହରା ଗରିବ ପ୍ରକୃତ ଯୋଗ୍ୟ ହିତାଧିକାରୀ ବେସାହାରା । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି  ଜଙ୍କିଆ ଗ୍ରାମପଂଚାୟତର ରାଜଜଙ୍କିଆ ଗ୍ରାମରେ । ରାଜଜଙ୍କିଆ ଗ୍ରାମର ମାଧବ ବେହେରା ଜଣେ ଦାରିଦ୍ର ସୀମାରେଖା ତଳେ ଥିବା ଗରିବ ଛେଳି ପାଳକ । ଗତ ବାତ୍ୟାରେ ଘର ଭାଙ୍ଗିଯିବା ପରେ ଏ ଯାଏଁ ଆବାସ ଖଣ୍ଡେ ମିଳି ନାହିଁ । ଯାହା ଫଳରେ ଛେଳି ଗୁହାଳରେ ନିଜ ପରିବାର ଧରି ରହି ଆସୁଅଛି । ଏଭଳିକି ସରକାର ଗୋପାଳକ ଓ ଛେଳି ମେଣ୍ଢା ପାଳକ ମାନଙ୍କ ପାଇଁ ଗୁହାଳ ନିର୍ମାଣ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଗରିବ ନିରିହ ମାଧବ ବେହେରା  କେବଳ ବାର୍ଦ୍ଧକ୍ୟ ଭତ୍ତା ପାଇ ଛେଳି ଜଗି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ନା ମିଳିଛି ସରକାରୀ ଆବାସ ଯୋଜନା ନା ମିଳିଛି ଛେଳି ଗୁହାଳ ସହାୟତା । ତେଣୁ ସେହି କଚା ଛେଳି ଗୁହାଳରେ ନିଜ ପତ୍ନୀ ପରିବାର ଧରି ରହିଆସୁଛି । ମାଧବଙ୍କ ୫ ଗୋଟି ଛେଳିରୁ ୧୦୦ଛେଳି ସଂଖ୍ୟାରେ ପହଂଚି ଥିଲେ ।

ସ୍ୱାମୀ ସ୍ତ୍ରୀ ଉଭୟ ଦିନସାରା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥାନ୍ତି । ସଂଧ୍ୟାରେ ଛେଳି ଗୁହାଳରେ ଖାଇ ପିଇ ଶୋଇପଡିଥାନ୍ତି । ଗତ କିଛିଦିନ ତଳେ ଛେଳିଙ୍କୁ ରୋଗ ଳାଗିବାରେ ୩୦ରୁ ୪୦ଛେଳି ମୃତ୍ୟୁ ବରଣ କଲେ । କିନ୍ତୁ ରଣପୁର ପଶୁବିଭାଗର ଝାରପଡାଠାରେ କାର୍ଯ୍ୟରତ ପଶୁବିଭାଗ କର୍ମଚାରୀ ସୈାଦାମିନି ମହାରଣାଙ୍କୁ ଟିକା ଦେବାପାଇଁ ଡାକିଥିଲେ ମଧ୍ୟ  ସେ ଟିକାଦେବାପାଇଁ ଥରେ ଆସିଲେ ୩୦୦ଟଙ୍କା ତେଲ ଖର୍ଚ୍ଚ ପାଇଁ ଦାବି କରୁଥିଲେ । ଯାହାଫଳରେ ମାଧବ ବେହେରା ୩୦୦ଟଙ୍କା ଦେବାପାଇଁ ଅକ୍ଷମ ହେବାରୁ ତାଙ୍କ ଛେଳିମାନେ ଟିକାକରଣରୁ ବଂଚିତ ହୋଇ ମୃତ୍ୟୁବରଣ କରିଥିଲେ । ତେଣୁ ଛେଳି ଗୁହାଳ ପାଇଁ ସରକାରୀ ସହାୟତା ରିପୋର୍ଟ ପ୍ରଦାନ ପାଇଁ ପଶୁବିଭାଗ କର୍ମଚାରିଣୀ ସୈାଦାମିନି ବେହେରା ତାଙ୍କ ନାମ ସୁପାରିଶ କରିନଥିଲେ । ବୋଲି ସେ ଅଭିଯୋଗ କରିଛନ୍ତିା ଏ ସଂପର୍କେ ପଶୁବିଭାଗ ଝାରପଡାଠାରେ କାର୍ଯ୍ୟରତ ପଶୁବିଭାଗ କର୍ମଚାରୀ ସୈାଦାମିନି ମହାରଣାଙ୍କୁ  ଯୋଗାଯୋଗ କରିବାରେ କୁହନ୍ତି ଯେ ଥରେ ଟିକାକରଣ କରିବାପାଇଁ ଗଲେ ଗାଡିରେ ତେଲ ପକାଇବାପାଇଁ ୩୦୦ଟଙ୍କା ନୁହେଁ ୨୦୦ଟଙ୍କା ମାଗିଥିଲେ । ମାଧବ ବେହେରାଙ୍କୁ ସରକାରୀ ଛେଳିଗୁହାଳ ପାଇଁ ତାଙ୍କ ନାମ ସୁପାରିଶ୍ କରିଥିଲେ । କିନ୍ତୁ ଜଙ୍କିଆ ଗ୍ରାମପଂଚାୟତରେ ତାଙ୍କ ଦ୍ୱାରା ସୁପାରିଶ୍ କରାଯାଇଥିବା କାଗଜାତ୍ ହଜିଯାଇଛି । ଯାହାଫଳରେ ମାଧବ ବେହେରା ଭଲ ଗୁହାଳ ପାଇଁ ମିଳୁଥିବା ସରକାରୀ ସହାୟତାରୁ ବଂଚିତ ହୋଇ ଛେଳିମାନେ ରୋଗଗ୍ରସ୍ତ ହେଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଅପର ପକ୍ଷେ ଜଙ୍କିଆ ଗ୍ରାମପଂଚାୟତରେ ମହିଳା ସରପଂଚ ଥିବାରୁ ତାଙ୍କ ସ୍ୱାମୀ କାଳୁ ପ୍ରଧାନ ସବୁ ବୁଝାସୁଝା କରନ୍ତି । ଏସଂପର୍କ କାଳୁ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମାଧବ ବେହେରାଙ୍କ ଆବାସ ଯୋଜନା ତାଲିକାରେ ଉପରୁ ନାଁ ନଥିଲା । ଏବେ ନାଁ ରଖାଯାଇଛି । ତାଙ୍କର ନାମ ତାଲିକା ସିରିଏଲ୍ ରେ ଆସିଲେ ଆବାସ ଯୋଜନା ଯୋଗାଇ ଦିଆଯିବ । ଛେଳି ଗୁହାଳ ପାଇଁ ମାଧବ ବେହେରାଙ୍କ ତାଲିକା ଓ କାଗଜାତ ରଣପୁର ବ୍ଲକ୍ ମନରେଗା ଅଫିସ୍ କୁ ଦିଆଯାଇଥିଲା । ସେଠାରେ କେଉଁ ଆଡେ ହଜିଯାଇଛି । ଏହିଭଳି ପରିସ୍ଥିତିରେ କଚା ଛେଳିଗୁହାଳରେ ଛେଳି ରୋଗାକ୍ରାନ୍ତ ମାଧବ ବେହେରାଙ୍କ କଚାଛେଳି ଗୁହାଳରେ ରହି ରୋଗଗ୍ରସ୍ଥ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.