Home ଜିଲ୍ଲା ପରିକ୍ରମା ସରକାରୀ ମଦଦୋକାନ ଆଗରେ ଯବାନଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ସରକାରୀ ମଦଦୋକାନ ଆଗରେ ଯବାନଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

16

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଥାନା ଅଧିନସ୍ତ ଧାମନଗର ଛକ ଠାରେ ଥିବା ସରକାରୀ ମଦ ଦୋକାନ ଆଗରେ ମଙ୍ଗଳବାର ସଂଧ୍ୟା ୭ ସମୟରେ ଜଣେ ଯବାନ ଙ୍କ ମୃତଦେହ ଉଦ୍ଧାର ହୋଇଚି। ଘଟଣା ରୁ ପ୍ରକାଶ ଯେ ଧୁସୁରି ଥାନା ଅନ୍ତର୍ଗତ ଫତେପୁର ପଂଚାୟତ ର ପତ୍ରିସାହି ନିକଟସ୍ତ ହେମଟପୁର ଗ୍ରାମର ବନବିହାରୀ ରାଉତ ଙ୍କ ପୁଅ ଦିନମଣି ରାଉତ( ୪୧) ତାଙ୍କ ଶଶୁରଘର ଧାମନଗର ଥାନା ଅନ୍ତର୍ଗତ ଚନ୍ଦେସ୍ୱରପୁର ଗ୍ରାମକୁ ଆସିଥିଲେ। ସେ ଏକ ସ୍କୁଟି ରେ ଧାମନଗର ଛକ ଠାରେ ଥିବା ସରକାରୀ ମଦ ଦୋକାନକୁ ଯାଇ ଥିଲେ । ତାପରେ କିଛି ସମୟପରେ ଉକ୍ତ ମଦ ଦୋକାନ ଆଗରେ ଅଚେତ ହୋଇ ପଡ଼ି ଯାଇଥିଲେ ।ସ୍ଥାନୀୟ ଲୋକ ଦିନ ମଣି ଙ୍କୁ ଏକ ଅଟରିକ୍ସା ମାଧ୍ୟମରେ ଧାମନଗର ଡ଼ାକ୍ତରଖାନା କୁ ଆଣିଥିଲେ ।ହେଲେ ଡ଼ାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଛନ୍ତି । ପ୍ରକାଶ ଥାଉକି ଧାମନଗର ଛକ ଠାରେ ଥିବା ସରକାରୀ ମଦଦୋକାନ ଠାରେ ବିଭିନ୍ନ ସମୟରେ ଅପ ମିଶ୍ରିତ ମଦ ବିକ୍ରି ହେଉଚି ଏବଂ ମଦ ଦୋକାନ ନିକଟରେ ଚାଖନା ଦୋକାନ ଖୋଲା ଯାଇ ସେଠାରେ ମଧ୍‌ଯ ଖୋଲମ ଖୋଲା ମଦ ପିଆ ଯାଉଛି । ହୁଏତ ସେଠାରେ ଦିନମଣି ମଦ୍ୟପାନ କରି ପାରିଥାନ୍ତି।ପ୍ରକାଶ ଥାଉକି ଦିନମଣି ରାଉତ ମଣିପୁର ରେ ଆର୍ମି ରେ କାର୍ଯ୍ୟରତ ଥିବା ବେଳେ ସେ ରଜ ଛୁଟି ନେଇ ଗାଁ କୁ ଆସି ଶଶୁର ଘର ଆସିଥିଲେ । ତାଙ୍କର ୧୫ ର ବର୍ଷ ଓ ୧୪ ବର୍ଷ ର ଦୁଇଟି ଝିଅ ଅଛନ୍ତି । ଦିନମଣି ଙ୍କ ମୃତ ଦେହ ଏବେ ଧାମନଗର ଡ଼ାକ୍ତର ଖାନାରେ ଅଛି ପୋଲିସ ସବ ଜବଦ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ପରେ ଡ଼ାକ୍ତର ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ । ତେବେ ପରିବାର ଲୋକ କହିଛନ୍ତି ହୃଦଘାତ ରେ ମୃତ୍ୟ ଘଟିଛି । ସବ ବ୍ୟ୍ୱଚେଦ ପରେ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି ଧାମନଗର ଡ଼ାକ୍ତର ଖାନା ରେ ଡ଼ାକ୍ତର ରାଜେଶ ଦାସ ସାମ୍ୱାଦିକ ଙ୍କୁ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.