Home ଜିଲ୍ଲା ପରିକ୍ରମା ସରକାରୀ ଜାଗାରେ ଥିବା ବାସଗୃହକୁ ଉଚ୍ଛେଦ

ସରକାରୀ ଜାଗାରେ ଥିବା ବାସଗୃହକୁ ଉଚ୍ଛେଦ

29

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ବାହାବଳପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ସାକାରୀ ଜାଗାରେ ରହୁଥିବା ଶାନ୍ତିଲତା ମହାରଣା ଓ ଭରତ ମହାରଣାଙ୍କ ବାସଗୃହକୁ ତହସିଲଦାର ଉଚ୍ଛେଦ କରିଛନ୍ତି । ଏହି ଦୁଇ ପରିବାର ସେଠାରେ ଦୀର୍ଘଦିନ ଧରି ସରକାରୀ ଖାତା ନଂ ୩୭୯, ଖସଡ଼ା ନଂ ୨୪୪ ଓ ୨୪୫ ଉପରେ ଘର କରି ରହି ଆସୁଥିଲେ । ଏହି ପରିବାରଙ୍କୁ ଉଚ୍ଛେଦ କରିବା ପରେ ସେମାନେ ପରିବାର ସହ ଖରା ବର୍ଷାରେ ରହୁଛନ୍ତି । ଏହି ପରିବାରଙ୍କୁ ଖୁବ୍ କମ୍ ଦିନ ଆଗରୁ ନୋଟିସ୍ ଦିଆଯାଇ ଉଚ୍ଛେଦ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେଠାରେ ଥିବା ଅନ୍ୟ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କୁ ଉଚ୍ଛେଦ କରାଯାଉନାହିଁ । ସେମାନେ ଅବରୋଧ ମକଦ୍ଦମାରେ ପାଉତି କାଟୁଛନ୍ତି । ତେବେ ସେମାନଙ୍କୁ ଉଚ୍ଛେଦ କରାଯିବା ପରେ ଦୁଇ ପରିବାର ବହୁ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ତେବେ ଏ ସମ୍ପର୍କରେ ତହସିଲଦାର ପ୍ରତୀକ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ସେମାନେ ସରକାରୀ ଜାଗାରେ ଘର କରି ରହୁଥିଲେ । ୨୦୨୦ ମସିହାରୁ ସେମାନଙ୍କୁ ଉଚ୍ଛେଦ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ତେବେ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସେମାନଙ୍କୁ ଉଚ୍ଛେଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.