Home ଜିଲ୍ଲା ପରିକ୍ରମା ସରକାରୀ ଜମିରେ ଜବରଦଖଲକୁ ଉଛେଦ କଲା ପ୍ରଶାସନ

ସରକାରୀ ଜମିରେ ଜବରଦଖଲକୁ ଉଛେଦ କଲା ପ୍ରଶାସନ

65

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋବିନ୍ଦପୁର ପଂଚାୟତ ପାଟଣା, ଗ୍ରାମରେ ଦେଢ଼ ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜମିକୁ ପ୍ରଶାସନ ଉଛେଦ କରିଛି, ଦୀର୍ଘ ଦିନ ହେବ ସେହି ପାଟଣା ଗ୍ରାମର ଦିବାକର ବେହେରା ଓ ତାଙ୍କ ଛଅ ପୁଅ ଗ୍ରାମ ବାସୀଙ୍କ ସହିତ ଦାଦା ଗିରି କରି ଜୋର ଜବର ଦସ୍ତ ଦଖଲ କରି ଆସୁ ଥିଲେ, ଗତ ଦୁଇ ବର୍ଷ ତଳେ ସେହି ଗ୍ରାମର ଶ୍ରୀଧର ନାୟକ ତାଙ୍କୁ ବିରୋଧ କରି ବନ୍ତ ତହସିଲଦାର ଙ୍କୁ ଜଣେଇ ଭଦ୍ରକ ଜିଲ୍ଲାପାଳଙ୍କୁ ମଧ୍ୟ୍ୟ ଜଣେଇ ଥିଲେ,ପରବର୍ତୀ ମୁହୂର୍ତ୍ତରେ ସେ ହାଇକୋର୍ଟଙ୍କ ଆଶ୍ରୟ ନେଇ ଥିଲେ, ଏହି ଘଟଣା ପରେ ଦିବାକର ବେହେରାଙ୍କ ପୁଅ ମାନେ ଶ୍ରୀଯୁକ୍ତ ନାୟକ ଓ ତାଙ୍କ ଭାଇ ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଥିଲେ, ଦୀର୍ଘ ୩ ବର୍ଷର ଲଢେଇ ପରେ ହାଇକୋର୍ଟ ଙ୍କ ନିର୍ଦେଶ ଅନୁଯାଇ ବନ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉକ୍ତ ସରକାରରୀ ଜମିକୁ ଉଛେଦ କରି ଥିଲେ, ଯାହାକୁ ନେଇ ଶ୍ରୀଧର ନାୟକ ଓ ତାଙ୍କ ପରିବାର ପ୍ରଶାସନ ଓ ସରକାରଙ୍କୁ ପ୍ରସଂସା କରିଥିଲୋ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.