Home ଜିଲ୍ଲା ପରିକ୍ରମା ସରକାରଙ୍କ ଏକବର୍ଷ ପୂର୍ତି ଉପଲକ୍ଷେ ଜିଲାସ୍ତରୀୟ ବିକାଶ ମେଳା ପାଇଁ ପ୍ରସ୍ତୁତି ବୈଠକ

ସରକାରଙ୍କ ଏକବର୍ଷ ପୂର୍ତି ଉପଲକ୍ଷେ ଜିଲାସ୍ତରୀୟ ବିକାଶ ମେଳା ପାଇଁ ପ୍ରସ୍ତୁତି ବୈଠକ

26

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୪ ଘଟିକା ସମୟ ରେ ସରକାର ଙ୍କ ର ଏକ ବର୍ଷ ପୂର୍ତି ଉପଲକ୍ଷେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଓସ୍ୱାନ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତି ଉପଲକ୍ଷେ “ବିକାଶ ମେଳା’ ପାଂଚ ଦିନ ବ୍ୟାପୀ ପାଳନ କରାଯିବ। ଏହି ମେଳା ଆସନ୍ତା ଜୁନ ମାସ ୧୧ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚରମ୍ପା ଠାରେ ଥିବା ଅଗ୍ରସେନ ଭବନକୁ ,”ବିକାଶ ମେଳା’ କାର୍ଯ୍ୟକ୍ରମ କରିବାକୁ ସିକୃତି ପ୍ରଦାନ କରାଗଲା। ସାଂସ୍କୃତିକ ବିଭାଗ କଳାକାର ଚୟନ କରିବା, ବିଭିନ୍ନ କଳାର ପ୍ରଦର୍ଶନ କରାଯିବା, ପୂର୍ତ ବିଭାଗ ଷ୍ଟେଜ ଓ ଲାଇଟ୍ ଆଦି ବ୍ୟବସ୍ତା କରିବା ଓ ୫୦ ରୁ ଉର୍ଦ୍ଧ ଷ୍ଟଲ ବସିବାର ବ୍ୟବସ୍ଥା କରାଯାଇଛି। ଆଜିର ଅନୁଷ୍ଠିତ ବୈଠକରେ ଜିଲାରେ ସରକାରଙ୍କ ୧ ବର୍ଷ ମଧ୍ୟରେ ଯେଉଁ ଯେଉଁ ବିକାଶ ମୂଳକ କାର୍ଯ୍ୟକ୍ରମ କରାଯାଇଛି ଓ ପ୍ରସ୍ତାବିତ ନୂଆ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟତଃ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପାହିମହୁରା ଛକ ଠାରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ସେହିପରି ଧାମରା ଓ ବାସୁଦେବପୁର ଠାରେ ନୂଆ ବସଷ୍ଟାଣ୍ଡ, ଗେଲପୁର ସ୍ଥିତ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟର ଉଦ୍‌ଘାଟନ ସହ ଏହା ନିକଟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଏଫେଡେବୁଲ ହେଲଥ୍ କେୟାର ୟୁନିଟ୍‌ର ଭିତିପ୍ରସ୍ତର ସ୍ଥାପନ କରିବେ। ସେହିପରି ବନ୍ତ ବ୍ଲକ୍‌ରେ ଡ. ହରେକୃଷ୍ଣ ମହତାବ ମେମୋରିଆଲ ପାର୍କର ଶିଳାନ୍ୟାସ, ଭଦ୍ରକ ମ୍ୟୁନସିପାଲଟିର ନୂଆ ଲାଇବ୍ରେରୀ ହଲ୍ ଶୁଭ ଉଦ୍‌ଘାଟନ କରାଯିବ। ଏହାବ୍ୟତୀତ ଜିଲାର ବ୍ଲକ୍‌, ସଦର ମହକୁମା, ପୌରପାଳିକା ଓ ଏନଏସି ଅଂଚଳରେ ଥିବା ଶହେରୁ ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ସହ ନିର୍ମାଣ ସରିଯାଇଥିବା ପ୍ରକଳ୍ପ ଗୁଡିକର ଶୁଭ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ପାଂଚଦିନ ମଧ୍ୟରେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତା, ନୂଆ ବାର୍ଦ୍ଧକ୍ୟ ଭତା, ଅନ୍ତୋର୍ଦୟ ଓ ଦିବ୍ୟାଙ୍ଗଙ୍କ ସହ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର ବଂଟନ କରାଯିବ। ଅନୁଷ୍ଠିତ ଏହି ପାଂଚଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟତଃ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଶିଳ୍ପ ଓ ଓରମାସର ଏସଏଚଜି ଗ୍ରୁପ୍ ଓ ଅନୁସୂଚିତ ଜନଜାତି ମାନଙ୍କ ଉଦ୍ଦିଷ୍ଟ ଷ୍ଟଲମାନ ଖୋଲାଯିବ। ତେବେ ପାଂଚଦିନର କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନର ଅତିଥିମାନଙ୍କ ତାଲିକା ମୁଖ୍ୟମନ୍ତ୍ରୀ ଅନୁମୋଦନ ପରେ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.