Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ତତ୍ପର , ବାସୁଦେବପୁର ବ୍ଲକ୍ ତଳିଆ...

ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ତତ୍ପର , ବାସୁଦେବପୁର ବ୍ଲକ୍ ତଳିଆ ଅଞ୍ଚଳ ବୁଲି ପ୍ରସ୍ତୁତି ତଦାରଖ କଲେ ଜିଲ୍ଲାପାଳ

17

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପସାଗର ଉପର ଦେଇ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି ନେଇ ସଂପୃକ୍ତ ସମସ୍ତ ଲାଇନ୍ ଡ଼ିପାର୍ଟମେଣ୍ଟରେ ତତ୍ପରତା ପ୍ରକାଶ ପାଇଛି । ନିଜେ ଜିଲ୍ଲାପାଳ ଆଜି ବାସୁଦେବପୁର ବ୍ଲକ୍ ଗସ୍ତ କରି ସମୁଦ୍ର କୂଳିଆ ଏବଂ ତଳିଆ ଅଞ୍ଚଳ ସବୁ ବୁଲି ଦେଖିବା ସହିତ ଲୋକ ସ୍ଥାନାନ୍ତର ପାଇଁ ବାତ୍ୟାଶ୍ରୟ, ସ୍କୁଲଘର ଆଦିର ପ୍ରସ୍ତୁତିକୁ ତଦାରଖ କରିଥିଲେ । ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅନ୍ୟ ଅଧିକାରୀ ଜନପ୍ରତିନିଧି ମାନେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ‘ଶୂନ’ କାଜୁଆଲଟିକୁ ଲକ୍ଷ୍ୟ ରଖି ପ୍ରସ୍ତୁତି ଓ କାର୍ଯ୍ୟକାରୀତା ନେଇ ଜିଲ୍ଲାପାଳ ନିୟୋଜିତ ଅଧିକାରୀ କର୍ମଚାରୀ ମାନଙ୍କୁ ପଚାରି ବୁଝିଥିଲେ । ଆଜି ଜିଲ୍ଲା କାର୍ଯ୍ୟାଳୟଠାରେ ପହଞ୍ôଚଥିବା ହାବିଲଦାର ମେଜର ପି.କେ ଦେହୁରିଙ୍କ ନେତୃତ୍ୱରେ ୨୧ ଜଣିଆ ୬ଷ୍ଠ ବାଟାଲିୟନ୍ ଓ.ଏସ୍‌.ଏ.ପି. କଟକର ଓଡ଼ରାଫ୍ ଟିମ୍‌କୁ ବାସୁଦେବପୁରକୁ ପ୍ରେରଣ କରାଯାଇଛି । ତାଙ୍କୁ ଯୋଗାଯୋଗ କରିବା ନମ୍ବର ୮୨୪୯୮୦୮୯୫୬ / ୯୮୬୧୫୧୬୭୫୧ । ସେହିପରି ଇନିସ୍‌ପେକ୍ଟର ଏକ୍‌ଜିକ୍ୟୁଟିଭ୍ ଅମିତ୍ ଗୁପ୍ତାଙ୍କ ନେତୃତ୍ୱରେ ୨୦ ଜଣିଆ ତୃତୀୟ ବାଟାଲିୟନ୍ ମୁଣ୍ଡୁଳି, କଟକର ଏନ୍‌.ଡ଼ି.ଆର୍‌.ଏଫ୍‌. ଚାନ୍ଦବାଲି ବ୍ଲକ୍‌ର ଧାମରାକୁ ପ୍ରେରଣ କରାଯାଇଛି । ତାଙ୍କର ଯୋଗାଯୋଗ ନମ୍ବର ୯୪୩୮୭୦୯୮୫୬ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ବାତ୍ୟାପାଇଁ ୪ ତାରିଖ ଦିନ ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦତ୍ତ ସୂଚନା ମତେ ଗତ ତା.୨.୧୨.୨୦୨୧ ରିଖ ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ସମୁଦାୟ ୭୪,୮୨୯ କାର୍ଡ଼ ବଣ୍ଟନ କରାଯାଇଥିଲା ବେଳେ ସହରାଞ୍ଚଳରେ ୬,୮୯୬ ଟି କାର୍ଡ଼ ବଣ୍ଟାଯାଇଛି । ଭଦ୍ରକ ଓ ବାସୁଦେବପୁର ମ୍ୟୁନିସିପାଲଟି, ଧାମନଗର ଓ ଚାନ୍ଦବାଲି ଏନ୍‌.ଏ.ସି.ର ସମୁଦାୟ ୭୯ ଟି ୱାର୍ଡ଼ ପାଇଁ ୪୬ଟି ବଣ୍ଟନ କେନ୍ଦ୍ର ଖୋଲାଯାଇଛି ଏବଂ ଗ୍ରାମାଞ୍ଚଳରେ ୨୧୮ ଟି ଗ୍ରାମପଞ୍ଚାୟତ ପାଇଁ ୨୩୨ଟି ବଣ୍ଟନ କେନ୍ଦ୍ର ଖୋଲାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.