Home ଜିଲ୍ଲା ପରିକ୍ରମା ସମ୍ବଲପୁର ବଙ୍ଗୀୟ ପରିଷଦ ପକ୍ଷରୁ ବଙ୍ଗଳା ନବବର୍ଷ କାର୍ଯ୍ୟକ୍ରମ

ସମ୍ବଲପୁର ବଙ୍ଗୀୟ ପରିଷଦ ପକ୍ଷରୁ ବଙ୍ଗଳା ନବବର୍ଷ କାର୍ଯ୍ୟକ୍ରମ

177

ସମ୍ବଲପୁର, ୬/୫ – (ଓଡ଼ିଆ ପୁଅ) ସମ୍ବଲପୁର ବଙ୍ଗୀର ପରିଷଦ ପକ୍ଷରୁ ବଙ୍ଗଳା ନବବର୍ଷ ଉପଲକ୍ଷେ ଗତ ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ ବକ୍ସିଙ୍କ ଅଧ୍ୟକ୍ଷତାରେ ତଥା ସୁତପା ମିତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିସୁଟର କୁଳପତି ପ୍ର. ଅଟଳ ଚୌଧୁରୀ କହିଲେ ଯେ, ବର୍ତ୍ତମାନ ସମାଜ ବିକ୍ଷିପ୍ତ ଏବଂ ବିଚ୍ଛୁରିତ ହେବାରେ ଲାଗିଛି। ମଣିଷ ବ୍ୟକ୍ତି କୈନ୍ଦ୍ରିକ ହୋଇଯାଇଛି। ସମାଜକୁ ଏକାଠି ରଖିବା ପାଇଁ ତଥା ପରସ୍ପର ସ୍ନେହ, ଶ୍ରଦ୍ଧା ଏବଂ ସହଯୋଗକୁ ଅପରିବର୍ତ୍ତିତ ରଖିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ହୋଇଯାଇଛି। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଡା. କାଞ୍ଚନ ରାୟ କହିଲେ ଯେ, ବରିଷ୍ଠ ନାଗରିକମାନେ ସେମାନଙ୍କର ଅନ୍ତିମ ଜୀବନ ଏକାକୀ ନିସଙ୍ଗ ଭାବରେ ଅତିବାହିତ କରି ଆତ୍ମୀୟ ସ୍ୱଜନଙ୍କ ଅନୁପସ୍ଥିତିରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ଅତ୍ୟନ୍ତ ଦୁଃଖଦାୟକ ହୋଇପଡ଼ିଛି। ବାହାରେ ଦୂରସ୍ଥାନରେ ରହୁଥିବା ଆତ୍ମୀୟ ସ୍ୱଜନ ସେମାନଙ୍କର ଆପଣାର ଲୋକଙ୍କୁ ଶେଷ ସମୟରେ ଦେଖା କରିବାକୁ ଆସିପାରୁ ନାହାନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଅଭିଜିତ ଗୁହା ମଧ୍ୟ ଏହି ପ୍ରସଙ୍ଗ ଉତ୍ଥାପନ କରି ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସମନ୍ୱୟ ଏବଂ ସାହାଯ୍ୟ ଜରିଆରେ ଖୁସି ବାଣ୍ଟିବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏ ଅବସରରେ ସମାଜସେବା ପାଇଁ ସନତ ମିତ୍ର ଏବଂ ଶିକ୍ଷା ସକାଶେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବାଣୀ ରାୟଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଉଭୟେ ସେହି ସମନ୍ୱୟ ଓ ସହାୟତା ପ୍ରସଙ୍ଗ ଉତ୍ଥାପନ କରିଥିଲେ। ମାଳବିକା ବକ୍ସିଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.