Home ଜିଲ୍ଲା ପରିକ୍ରମା ସମାଜସେବୀ ସିତାଂଶୁଙ୍କ ମହାନତା, କିଡ୍‌ନୀ ରୋଗୀଙ୍କ ଚିକିତ୍ସା ପାଇଁ ୫୦ ହଜାର ସହାୟତା

ସମାଜସେବୀ ସିତାଂଶୁଙ୍କ ମହାନତା, କିଡ୍‌ନୀ ରୋଗୀଙ୍କ ଚିକିତ୍ସା ପାଇଁ ୫୦ ହଜାର ସହାୟତା

51

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଃଖ ଶୁଣିବାକୁ କେହି ନଥିଲେ। ରୋଗରେ ପଡି ଛଟପଟ ହେଉଥିଲି। ମୋର କେହି ସାହାରା ନଥିଲେ। ମୁଁ ମୋ ପରିବାର ପାଇଁ ଅଧିକ ଚିନ୍ତିତ ଥିଲି। ରୋଗାକ୍ରାନ୍ତ ପରେ ରୋଜଗାରଶୂନ୍ୟ ହେଲି। ମୋ ରୋଗ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେଲା ଯେ ସ୍ତ୍ରୀ-ପିଲାମାନେ ଖାଇବାକୁ ପାଇଲେନି। ଏଭଳି ପରିସ୍ଥିତିରେ ଦେବଦୂତ ଭାବେ ପହଞ୍ôଚଥିଲେ ସୀତାଂଶୁ ମହାପାତ୍ର। ଏବେ ମୋର ମନୋବଳ ବଢିଛି। ମୁଁ ନିଶ୍ଚିତ ଭଲ ହେବି ବୋଲି କୁହନ୍ତି ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଥିବା ପପୁ ବର୍ମନ (୪୩)। ଭଦ୍ରକ ସହର ଉପକଣ୍ଠ ରମ୍ଭିଳା ଗ୍ରାମର ପପୁ ବର୍ମନ। ପରିବାର କହିଲେ ସ୍ତ୍ରୀ, ୧୧ ବର୍ଷର ପୁଅ। ପୁଅର ଉଜ୍ଜ୍ୱଳ ଭବିଷ୍ୟତ ଦେଖିବା ପୂର୍ବରୁ ପପୁଙ୍କ ଜୀବନରେ ମାଡି ଆସିଲା ଦୁଃଖର କଳାବାଦଲ। ଦୁଇବର୍ଷ ତଳେ ଅସୁସ୍ଥ ହେଲେ। ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। ଦିନ ମଜୁରିଆ ପପୁଙ୍କ ସ୍ୱଳ୍ପ ରୋଜଗାର ଉପରେ ନିର୍ଭର ପରିବାର ଅସହାୟ ହୋଇପଡିଲେ। ସୁନାଗହଣା ସବୁ ବିକି ଚିକିତ୍ସା ବାବଦରେ ଖର୍ଚ୍ଚ କଲେ ପତ୍ନୀ। ଏପରିକି ସାହିପଡିଶା, ବନ୍ଧୁବାନ୍ଧବଙ୍କ ଠାରୁ ମଧ୍ୟ କରଜ ଆଣିଲେ। ହେଲେ ରୋଗ ଭଲ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ହୋଇପାରୁନଥିଲା। ପ୍ରତି ସପ୍ତାହରେ କଟକରେ ଦୁଇଥର ଡାଏଲିସିସ୍ ପାଇଁ ଖର୍ଚ୍ଚ ହେଉଥିଲା ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା।

ଯାହା ରୋଜଗାର ଶୂନ୍ୟ ଗରିବ ପରିବାର ପକ୍ଷେ ଅସମ୍ଭବ। ନିକଟରେ ସରକାରୀ ସହାୟତା ପାଇଁ ଅସହାୟ ପରିବାର ଜିଲାପାଳଙ୍କ ଅଫିସ୍‌ରେ ପହଞ୍ôଚ ନିବେଦନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ମାତ୍ର ୫ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ତାହା ଥିଲା ସମୁଦ୍ରକୁ ଶଙ୍ଖେ। ଏପରି ଅବସ୍ଥାରେ କ୍ରମଶଃ ଭାଙ୍ଗିପଡିଥିଲେ ସ୍ତ୍ରୀ ସିଲୁ ବର୍ମନ। ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜର ଗୋଟିଏ କିଡ୍‌ନୀ ଦେବାକୁ ଚାହୁଁଥିଲେ ପତ୍ନୀ। ହେଲେ ଏଥିପାଇଁ ମଧ୍ୟ ଆବଶ୍ୟକ ଲକ୍ଷାଧିକ ଟଙ୍କା। ଯେଉଁ ପରିବାର ରୋଜଗାର ଶୂନ୍ୟ, ଓଳିଏ ଖାଇବା କଷ୍ଟକର, ସେ ପରିବାର କିଡ୍‌ନୀ ପ୍ରତ୍ୟାରୋପଣ ପାଇଁ ଏତେ ଅର୍ଥ ଆଣିବ କେଉଁଠୁ! ଏହି ସମୟରେ ସହାୟତାର ହାତ ବଢାଇଥିଲେ ସମାଜସେବୀ ତଥା ସହୀଦ ଭଗତ ସେନାର ଆବାହକ ସିତାଂଶୁ ଶେଖର ମହାପାତ୍ର। ଅଦ୍ୟାବଧି ଶ୍ରୀ ମହାପାତ୍ର ପପୁ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ପପୁ ସାମାନ୍ୟ ସୁସ୍ଥ ହୋଇଥିବାରୁ ତାଙ୍କ ପତ୍ନୀ ଏକ କିଡ୍‌ନୀ ଦେଇପାରିବେ ବୋଲି ଡାକ୍ତର କହିଛନ୍ତି। ଅସ୍ତ୍ରୋପଚାର ହେବ। ପୂର୍ବରୁ ପପୁଙ୍କ ସହାୟତାର ହାତ ବଢାଇଥିବା ଶ୍ରୀ ମହାପାତ୍ର ପୁଣି ତାଙ୍କୁ ୫୦ ହଜାର ଟଙ୍କା ସହାୟତା ଦେଇ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ଆଗକୁ ଆହୁରି ସହାୟତା ଯୋଗାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଅନେକ ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ଶ୍ରୀ ମହାପାତ୍ର ସହାୟତା ପ୍ରଦାନ କରିଛନ୍ତି। ଏପରିକି ଘରପୋଡି, ଅସହାୟ ଏବଂ ଗରିବ ଲୋକଙ୍କୁ ମଧ୍ୟ ସହାୟତା ଯୋଗାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.