Home ଜିଲ୍ଲା ପରିକ୍ରମା ସମାଜସେବୀ ଶୈଳବାଳାଙ୍କ ଅନନ୍ୟ କାର୍ଯ୍ୟକ୍ରମ

ସମାଜସେବୀ ଶୈଳବାଳାଙ୍କ ଅନନ୍ୟ କାର୍ଯ୍ୟକ୍ରମ

80

ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସମାଜସେବୀ ଶୈଳବାଳା ଷଡଙ୍ଗୀ ବନ୍ଧୁତ୍ୱ ଦିବସ ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈତିକ ଶିଶୁ ସେବାଶ୍ରମ ଠାରେ ଅନ୍ତେବାସୀଙ୍କୁ ଉତ୍ସାହିତ କରିବା ପାଇଁ ଖାତା, କଲମ, ଆର୍ଥିକ ସହାୟତ ସମେତ ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଅବସରରେ ଅନ୍ତେବାସୀଙ୍କ ମଧ୍ୟରେ ମେଧାବୀ ପ୍ରତିଭା ସମ୍ପନ୍ନ ୨୧ ଜଣ ପ୍ରତିଭାଧାରୀଙ୍କୁ ପୁରସ୍କୃତ କରିଥିଲେ। ସୁଶ୍ରୀ ଷଡଙ୍ଗୀ ପିଲାମାନଙ୍କୁ ଉଦ୍ ବୋଧନ ଦେଇ କହିଲେ ଯେ, ପରିଶ୍ରମ କଲେ ଫଳ ନିଶ୍ଚୟ ମକ୍ଟମକ୍ଟବ। ତେବେ ଫଳାଫଳକୁ ଆଶା ନ କରି ହତୋତ୍ସାହିତ ନ ହୋଇ ପରିଶ୍ରମ କରି ସମାଜ ସେବାରେ ନିୟୋଜିତ ହୁଅ, ସଂସ୍କାରୀ ହୁଅ କିନ୍ତୁ ସଂସ୍କୃତି ନାମରେ ଅପସଂସ୍କୃତିକୁ ଆପଣାଅ ନାହିଁ। ଏଥିସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। କାର୍ଯ୍ୟକ୍ରମରେ ଆଶ୍ରମ ମ୍ୟାନେଜର ଜିତେନ ବାବୁ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.