Home ଜିଲ୍ଲା ପରିକ୍ରମା ସମାଜସେବୀ ଗଙ୍ଗାଧର ଦାସ ସ୍ମୃତି ସମାରୋହ ଓ ନବବର୍ଷ ବନ୍ଧୁମିଳନ

ସମାଜସେବୀ ଗଙ୍ଗାଧର ଦାସ ସ୍ମୃତି ସମାରୋହ ଓ ନବବର୍ଷ ବନ୍ଧୁମିଳନ

64

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବାରିକପୁର ଉତ୍କଳମଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ସମାଜସେବୀ ଗଙ୍ଗାଧର ଦାସ ସ୍ମୃତିସମାରୋହ ଓ ନବବର୍ଷ ବନ୍ଧୁମିଳନ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବାବା ଅନନ୍ତେଶ୍ୱରଙ୍କୁ ଆରାଧନା କରାଯାଇ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସାହିତ୍ୟିକ ଭାସ୍କର ଚନ୍ଦ୍ର ଦାସ, ପ୍ରଭାକର ମହାପାତ୍ର, କରୁଣାକର ବାରିକ, ବୃନ୍ଦାବନ ରାଉଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରଧାନଶିକ୍ଷକ ମନୋଜ କୁମାର ଜେନା, ରବିନ୍ଦ୍ର କୁମାର ସେନାପତି, ଉଷାରାଣୀ ଦାସ, ଘନଶ୍ୟାମ ସ୍ୱାଇଁ, ରବିନ୍ଦ୍ର ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଙ୍ଗତ ଦାସଙ୍କ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ନବବର୍ଷ ୨୦୨୧କୁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ୰ ଦାସ ଏକାଧାରରେ ଜଣେ ଶିକ୍ଷାବିତ, ସାହିତ୍ୟିକ, ନାଟ୍ୟକାର ଓ ସମାଜସେବୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିଲେ । ଉଦ୍ଦେଶ୍ୟଜ୍ଞାପନ ପୁରୁଶୋତ୍ତମ ଧଳ, ସ୍ୱାଗତଭାଷଣ ତଥା ଅତିଥି ପରିଚୟ ଆଲୋକ ରଞ୍ଜନ ଦାସ ଏବଂ ଧନ୍ୟବାଦ ଶ୍ରୀକାନ୍ତ ଦାସ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.