Home ଜିଲ୍ଲା ପରିକ୍ରମା ସମାଜସେବିକା କିରଣବାଳାଙ୍କ ପଞ୍ଚମ ସ୍ମୃତି ସମାରୋହ

ସମାଜସେବିକା କିରଣବାଳାଙ୍କ ପଞ୍ଚମ ସ୍ମୃତି ସମାରୋହ

42

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଘରର ବୋହୂ ଭାବେ ଦିନ ଦରିଦ୍ର ଲୋକଙ୍କ ସେବାକରିବା ମଧ୍ୟରେ ବିଭିନ୍ନ ଧର୍ମକାର୍ଯ୍ୟ କରିଥିବା ମହିୟସୀ ଧର୍ମପରାୟଣା ମହିଳା ସ୍ୱର୍ଗତଃ କିରଣବାଳାଙ୍କ କର୍ମ ତାଙ୍କୁ ଚିରକାଳ ସ୍ମରଣୀୟ କରି ରଖିବ ବୋଲି ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ତୁଳସୀ ଦୁଇପତ୍ରରୁ ବାସିଲା ଭଳି କିରଣବାଳା ଅବିଭକ୍ତ ବାଲେଶ୍ୱର ଜିଲାର ନୀଳଗିରି ବାଉଁଶବଣିଆ ଗ୍ରାମରେ ଜନ୍ମହୋଇ ସମୟକ୍ରମେ ଭଦ୍ରକର ବିଶିଷ୍ଟ ଶିଳ୍ପପତି ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ଭାବେ ତାଙ୍କର ସମସ୍ତ କର୍ମରେ ସହଯୋଗ କରିବା ମଧ୍ୟରେ ଯେଭଳି ଗରିବ ଲୋକଙ୍କ ଦୁଃଖ ବୁଝୁଥିଲେ, ତାହା ସଦାସର୍ବଦା ବନ୍ଦନୀୟ। ଆଜି କିରଣବାଳାଙ୍କ ପଞ୍ଚମ ସ୍ମୃତି ସମାରୋହ ଉପଲକ୍ଷେ ଭଦ୍ରକସ୍ଥିତ ଆରସି ବେହେରା ମେନସନ୍ ପରିସରରେ ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିବାବେଳେ ତାଙ୍କର ପୁତ୍ର ଶ୍ରଦ୍ଧେୟ ସୁମନ (ବାପୁନ) ଓ ଆଦରଣୀୟା କନ୍ୟା ଦୀପିକା (ମାମା) ନିଜ ମା’ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସେମାନେ ମା’ଙ୍କ ଅଭାବ ଓ ଅନୁପସ୍ଥିତି ଅନୁଭବ କରୁଥିଲେ ମଧ୍ୟ ପ୍ରତି ମୁହୂର୍ତ୍ତରେ ତାଙ୍କର ଆଦର୍ଶ, ପ୍ରେରଣା, ସ୍ନେହ ଓ ଆଶୀର୍ବାଦ ଫୁଲ ଚନ୍ଦନ ହୋଇ ବର୍ଷୁଛି ବୋଲି ଭାବବିହ୍ୱଳ କଣ୍ଠରେ କହିଥିଲେ। ଏଠାରେ ସୂଚନାଯୋଗ୍ୟ କିରଣବାଳାଙ୍କ ସ୍ୱାମୀ ତଥା ରାଜ୍ୟର ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଆଜିର ଏହି ବାର୍ଷିକ ଶ୍ରାଦ୍ଧୋତ୍ସବ କରୋନା ଜନିତ ସରକାରଙ୍କ ସମସ୍ତ କଟକଣା ମଧ୍ୟରେ ପାଳିତ ହୋଇଥିଲା। ଏଥି ଉପଲକ୍ଷେ ପବିତ୍ର ବିଷ୍ଣୁ ସହସ୍ର ନାମ, ଅନୁସୃତି, ହନୁମାନ ଚାଳିଶା, ନାମଯଜ୍ଞ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପଣ୍ଡିତମାନଙ୍କ ଦ୍ୱାରା ଅନୁଷ୍ଠିତ ହେବାପରେ ସମସ୍ତେ ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ୰ କିରଣବାଳା ସ୍ମୃତି ସଂସଦ ପକ୍ଷରୁ ପ୍ରତିବର୍ଷ ଧାରାବାହିକ ଭାବେ ବିଭିନ୍ନ ସାମାଜିକ, ଧାର୍ମିକ, ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିବର୍ଷ ଗ୍ରୀଷ୍ମ ଓ ଶୀତ ଋତୁରେ ସର୍ବସାଧାରଣ ଜନତାଙ୍କ ପାଇଁ ଜଳଛତ୍ର ଓ ଦରିଦ୍ର, ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.