Home ଓଡ଼ିଶା ସମବାୟବିତ୍ ସ୍ୱର୍ଗତ  ଫକୀର ମୋହନ କଳସଙ୍କ ପ୍ରତିମୂର୍ତି ଉନ୍ମୋଚନ

ସମବାୟବିତ୍ ସ୍ୱର୍ଗତ  ଫକୀର ମୋହନ କଳସଙ୍କ ପ୍ରତିମୂର୍ତି ଉନ୍ମୋଚନ

91

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୫/୯-ନୟାଗଡ ଜିଲ୍ଲ୍‌ା ରଣପୁର ମୟୁରଝାଲିଆ ଗ୍ରାମର ବିଶିଷ୍ଟ ସମବାୟବିତ୍ ଫକୀର ମୋହନ କଳସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କର ପ୍ରତିମୂର୍ତି ଉନ୍ମୋଚନ ହୋଇଥିବା ଜଣାପଡିଛି । ଡକ୍ଟର ସନ୍ତୋଷ ଲେଙ୍କା ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଅଂଚଳର ବହୁ ବୁଦ୍ଧିଜିବୀ ଓ ଅବସର ପ୍ରାପ୍ତ ଶିକ୍ଷକ ଉପସ୍ଥିତ ଥିଲେ ।

 

 

ସ୍ୱର୍ଗତ ଫକୀର ମୋହନ କଳସ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ଅର୍ନ୍ତଯ୍ୟାମୀ କଳସଙ୍କ ପୁତ୍ର ଥିଲେ । ତାଙ୍କ ଜୀବନ କାଳ ମଧ୍ୟରେ ସମବାୟ ଆନ୍ଦୋଳନରେ କୃଷକ ମାନଙ୍କ ହିତ ସାଧନ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି । ରଣପୁର ଅଂଚଳର ବିଭିନ୍ନ ଘରୋଇ ସମସ୍ୟା ସାମାଜିକ ସମସ୍ୟା ,ଗ୍ରାମ ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରିଆସିଥିଲେ । ଉପସ୍ଥିତ ସମସ୍ତ ବ୍ୟକ୍ତି ତାଙ୍କର ସ୍ମୃତି ଚାରଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.