Home ଓଡ଼ିଶା ସମତାବାଦୀ ଚାଷୀ ନେତା ଗଙ୍ଗା ବେହେରା ଆଉ ନାହାନ୍ତି

ସମତାବାଦୀ ଚାଷୀ ନେତା ଗଙ୍ଗା ବେହେରା ଆଉ ନାହାନ୍ତି

46

ବରଗଡ଼, ୧୩/୬ (ଓଡିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ବରଗଡ଼ ଜିଲ୍ଲା ଦେବାହାଲ ଗ୍ରାମର ବରିଷ୍ଠ ଚାଷୀନେତା ଗଙ୍ଗାଧର ବେହେରାଙ୍କ ରବିବାର ଦିନ ନିଜ ବାସଭବନରେ ଦେହାନ୍ତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ଚାଷୀମାନଙ୍କ ଠାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ବେହେରା ଜଣେ ସଫଳ ଚାଷୀ ହେବା ସହିତ ଜଣେ ଆଗଧାଡ଼ିର ଟାଣୁଆ ଚାଷୀନେତା ଥିଲେ। ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ କିଶନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଚାଷୀ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ହେଉଥିବା ଆନ୍ଦୋଳନ ମାନଙ୍କରେ ଯୋଗ ଦେଉଥିଲେ। ବରଗଡ଼ ଠାରେ ସମତା ଭବନ କୁ କେନ୍ଦ୍ର କରି ଗଢ଼ି ଉଠିଥିବା ଜୟ କିଷାନ ଆନ୍ଦୋଳନର ସେ ଜଣେ ସକ୍ରିୟ ନେତା ଥିଲେ। ବରଗଡ଼, ସମ୍ବଲପୁର, ଭୁବନେଶ୍ୱର, ନିୟମଗିରି ପ୍ରଭୃତି ସ୍ଥାନରେ ବିଗତ ଦିନମାନଙ୍କରେ ହୋଇଥିବା ବଡ଼ ବଡ଼ ଜନ ଆନ୍ଦୋଳନ ମାନଙ୍କରେ ସ୍ବର୍ଗତ ବେହେରା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସେ ସବୁବେଳେ ନିଜ ପରିବାର ଓ ନିଜ ଗ୍ରାମକୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ପ୍ରାଧାନ୍ୟ ଦେଉଥିଲେ। ତାଙ୍କ ମୃତ୍ୟୁ ପରେ ବିଶିଷ୍ଟ ଚାଷୀନେତା ଲିଙ୍ଗରାଜ , ହର ବଣିଆ, କିଶୋର ସାହୁ, ସୁରେନ୍ଦ୍ର ମେହେର, ସୀତାରାମ ମେହେର ତାଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟରେ ପୁଅ କେଶବ ବେହେରା ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.