Home ଜିଲ୍ଲା ପରିକ୍ରମା ସଫଳତାର ଶୀର୍ଷରେ ପୁରୁଣାବଜାର ପୁଲିସ୍ , ୧୨ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ନକଲି ଜର୍ଦ୍ଦା ଓ...

ସଫଳତାର ଶୀର୍ଷରେ ପୁରୁଣାବଜାର ପୁଲିସ୍ , ୧୨ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ନକଲି ଜର୍ଦ୍ଦା ଓ କାରଖାନା ଠାବ, ମୁଖ୍ୟ ଅଭିଯୁକ୍ତ ଫେରାର, ସହଯୋଗୀ ଗିରଫ

47

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପୁରୁଣାବଜାର ଥାନା ଅଂଚଳ ଗତ କିଛିବର୍ଷ ଧରି ନକଲି ଜର୍ଦ୍ଦା, ମଦ ଓ ବ୍ରାଉନ୍ ସୁଗାର ମାଫିଆଙ୍କ ଅମାରବତୀରେ ପରିଣତ ହୋଇଥିବାବେଳେ ଗତ କିଛିଦିନ ମଧ୍ୟରେ ସ୍ଥାନୀୟ ଥାନା ପୁଲିସ୍‌ର ବାରମ୍ବାର ଚଢାଉ ସେମାନଙ୍କର ନିଦ ହଜାଇ ଦେଇଛି । ଗତ କିଛିଦିନ ହେବ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁରୁଣାବଜାର ଥାନା ଅଧିକାରୀ ଗଣେଶ ପ୍ରଧାନଙ୍କ ନେତୃତ୍ୱରେ ଏହି ଅଂଚଳରେ ବିପୁଳ ପରିମାଣର ନକଲି ଜର୍ଦ୍ଦା, ଚୋରା ମଦ ଓ ବ୍ରାଉନ୍ ସୁଗାର ଧରାପଡିଥିବାବେଳେ ଆଜି ବିଗତ କିଛିବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗି ପୁଲିସ୍ ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ କାରଖାନା ଠାବ କରିଛି । ଜବତ ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ କାରଖାନାର ଯନ୍ତ୍ରାଂଶ ମିଶାଇ ସଂପୂର୍ଣ୍ଣ ଜବତ ସାମଗ୍ରୀର ମୂଲ୍ୟ ୧୨ ଲକ୍ଷରୁ ଉଦ୍ଦ୍ୱର୍ ହେବ ବୋଲି ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଥାନାଧିକାରୀ ଶ୍ରୀ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଶଙ୍କରପୁର ଅଂଚଳର ଚଣା ମୁଲ୍ଲା ନାମକ ବ୍ୟକ୍ତି ନିଜ ଘରେ ଚଳାଉଥିବା ଏକ ବେଆଇନ୍ ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରିଥିଲେ । ତେବେ ଚଢାଉ ସମୟରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ମଧ୍ୟ ତାର ସହଯୋଗୀକୁ ଗିରଫ କରାଯାଇଛି । ଏହି ଚଢାଉରେ ଏସ୍‌ଆଇ ଦିବ୍ୟଲୋଚନ ବେହେରା, ମୋନାଲିସା ପ୍ରଧାନ, ଲକ୍ଷ୍ମୀପ୍ରିୟା ମୁଦୁଲି, ଏଏସ୍‌ଆଇ ଗୌରାଙ୍ଗ ଚରଣ ଆଇଚ, ଲକ୍ଷ୍ମଣ ହାଁସଦା, ହାବିଲଦାର କାର୍ତ୍ତିକ ଶତପଥୀ, ଏପିଆର ଫୋର୍ସର ଏକ ସେକ୍ସନ କ୍ୱିକ୍ ରିଆକ୍ସନ ଟିମ୍ ଏବଂ ବାରିପଦାସ୍ଥିତ ଓଏସ୍‌ଏପି (୫ମ ବାଟାଲିୟନ) ର ଗୋଟିଏ ସେକ୍ସନ ଯବାନ ସାମିଲ ଥିଲେ । ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନଙ୍କର ନାମ ପ୍ରକାଶ ପାଇନାହିଁ । ତେବେ ଏହି ରାକେଟ୍‌ରେ ବହୁ ବ୍ୟକ୍ତି ସାମିଲ ଥିବା ବିଷୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.