Home କେନ୍ଦୁଝର ସଦଗୁରୁ ଶ୍ରୀମଦ ବୃନ୍ଦାବନଚନ୍ଦ୍ରଙ୍କ ମହାପ୍ରରାୟଣ

ସଦଗୁରୁ ଶ୍ରୀମଦ ବୃନ୍ଦାବନଚନ୍ଦ୍ରଙ୍କ ମହାପ୍ରରାୟଣ

179

ହାଟଡିହି, ୨ /୧୦- (ଓଡିଆ ପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପନ୍ଦାଡୋ ଗ୍ରାମପଞ୍ଚାୟତ ବଣିଆଯୋଡି ଗ୍ରାମର ଶ୍ରୀ ନିରାକାର ବ୍ରହ୍ମ ଆଶ୍ରମର ଗୁରୁଦେବ ଶ୍ରୀମଦ ବୃନ୍ଦାବନ ଚନ୍ଦ୍ରଙ୍କର ୭୦ବର୍ଷ ବୟସରେ ମହାପରାୟଣ ହୋଇଯାଇଛି । ତାଙ୍କର ଜନ୍ମ ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ହୋଇଥିଲା । ସେ ହାଟଡିହି ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱଗତ ଗୋବର୍ଦ୍ଧନ ଜେନାଙ୍କ ତତ୍ୱାବଧାନରେ ଅଧ୍ୟୟନ କରୁଥିବା ସମୟରେ ସେ ସାଧନାମୟ ହୋଇ ବିଦ୍ୟାଳୟ ଛାଡିଥିଲେ । ପ୍ରଥମେ ସେ ମା ଶାରଳାଙ୍କ ପୀଠରେ, ପରେ ମହାବିନାୟକ ଚଣ୍ଡିଖୋଲ ଓ ଶେଷରେ ହିମାଳୟରେ ସାଧନାକରି ୩୨ବର୍ଷ ବୟସରେ ସିଦ୍ଧିଲାଭ କରିଥିଲେ । ତାଙ୍କ ସାଧନାର ଫଳକୁ ଗୃହସ୍ଥାଶ୍ରମରେ ରହି ଜଗତ କଲ୍ୟାଣରେ ଲଗାଇବାକୁ ତତକାଳୀନ ମୁଖ୍ୟମନ୍ତ୍ରୀ ସ୍ୱଗତ ହରେକୃଷ୍ଣ ମହତାବ ତାଙ୍କୁ ନିବେଦନ କରିଥିଲେ । ସେ ତାଙ୍କ ଆଧ୍ୟାତ୍ମିକ ଜ୍ଞାନରେ ବହୁ ସଂଖ୍ୟକ ଶିଷ୍ୟଅଚ୍ୟୁତ ଗୋତ୍ରରେ ଦିକ୍ଷିତ କରି ମହାନ ‘ସନାତନ ଧର୍ମ’ର ପ୍ରଚାର ପ୍ରସାର କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତତକାଳୀନ ରାଷ୍ଟ୍ରପତି ଜୈଲ ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଉଚ୍ଚ ପ୍ରଶସିଂତ ହେବାସହ ସ୍ୱର୍ଣ୍ଣପଦକ ପ୍ରାପ୍ତ ହୋଇଥିଳେ । ସେ ମଧ୍ୟ ଓଡିଶାର ଲିଙ୍ଗରାଜ ମନ୍ଦିରରେ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ବିଏନ ପାଣ୍ଡେଙ୍କ ଠାରୁ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । ତାଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଜ୍ଞାନ ପ୍ରଦୀପ’ଓଡିଆ ସାହିତ୍ୟ ତଥା ମାନବଜାତି ପାଇଁ ଏକ ଶ୍ରେଷ୍ଠ ଅବଦାନ । ତାଙ୍କର ମହପରାୟଣ ଶଯ୍ୟା ନିକଟରେ ତାଙ୍କ ପରିବାର ବର୍ଗଙ୍କ ସହ ବହୁ ସଂଖ୍ୟାରେ ଶିଷ୍ୟ ମାନେ ଉପସ୍ଥିତ ଥିଲେ । ଜଗତସିଂପୁର ଜିଲ୍ଲା ସିଦ୍ଧଗିରି ମଠାଧୀଶ ସ୍ୱାମୀ ବିଶୁବାବାଙ୍କ ଉପସ୍ଥିତିରେ ସାମାଜିକ ଦୁରତା ରକ୍ଷାକରି ସମାଧି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.