Home ଜିଲ୍ଲା ପରିକ୍ରମା ସତ୍ୟରଂଜନ ଦାସ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ

ସତ୍ୟରଂଜନ ଦାସ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ

77

ବାଲେଶ୍ୱର, ୨୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ବାଲେଶ୍ୱରର ଅନ୍ୟତମ ଯୁବନେତା ସତ୍ୟରଂଜନ ଦାସଙ୍କୁ ନିଯୁକ୍ତି ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ପୂର୍ବରୁ ଶ୍ରୀ ଦାସ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ସୁଚାରୁରୂପେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ତାଙ୍କୁ ପୁଣିଥରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଛି। ଛାତ୍ର ଜୀବନରୁ ରାଜନୀତି ସହ ସଂଶ୍ଳିଷ୍ଟ ରହିଆସିଥିବା ଶ୍ରୀ ଦାସ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରିବା ସହ ଜିଲ୍ଲା ବିଜେଡି ସଂଗଠନ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି। ତାଙ୍କୁ ଏହି ନୂତନ ପଦବୀ ସହ ସମାଜ କଲ୍ୟାଣ ବିଭାଗର ଦାୟିତ୍ୱ ଅର୍ପଣ କରାଯାଇଥିବା ଯୋଗୁଁ ସନ୍ତୋଷ ପ୍ରକାଶ କରିବା ସହ ଏନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଅବହେଳିତ ତଥା ନିଷ୍ପସିତ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସେ ପ୍ରାଥମିକତା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବେ ବୋଲି ସେ କହିଛନ୍ତି। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବାଲେଶ୍ୱର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟକ୍ରମ ଜୋରଦାର କରିବେ ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.