Home ଓଡ଼ିଶା ସତ୍ୟବାନ ପାଇଁ ବ୍ରତ ପାଳନରେ ସାମାଜିକ ଦୂରତ୍ୱକୁ ଭୁଲି ଗଲେ କି ସାବିତ୍ରୀ

ସତ୍ୟବାନ ପାଇଁ ବ୍ରତ ପାଳନରେ ସାମାଜିକ ଦୂରତ୍ୱକୁ ଭୁଲି ଗଲେ କି ସାବିତ୍ରୀ

99

ସମ୍ବଲପୁର ୨୨-୫ (ଓଡ଼ିଆ ପୁଅ/ସରୋଜ ସାହୁ) : ଆଜି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସ୍ତ୍ରୀମାନେ ଏହି ପୂଜା କରିଥାନ୍ତି। ତେବେ ଚଳିତ ବର୍ଷ ସମ୍ବଲପୁର ଜ଼ିଲ୍ଲାର ପୁରପଲ୍ଲୀରେ କରୋନା କଟକଣା କୁ ଦୃଷ୍ଟିରେ ରଖି ସଧବା ମହିଳାଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳନ ହୋଇଛି। ଏହି ବ୍ରତରେ ମହିଳାମାନେ ସ୍ୱାମୀଙ୍କ ଦିର୍ଘାୟୁ କାମନା କରିବା ସହ ପରିବାର ସୁଖଶାନ୍ତି ଆଶା କରିଥାନ୍ତି। ପୂରାଣମତେ ଯମ ରାଜାଙ୍କ ଠାରୁ ସତୀ ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ମରଣ ମୁହଁରୁ ଫେରାଇ ଆଣିଥିଲେ ଏବଂ ଆଜିର କଳିଯୁଗରେ ମହିଳାମାନେ ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଏପରି ଦିର୍ଘାୟୁ କାମନ କରିଥାନ୍ତି। ଦିନତମାମ ଉପବାସ ରହି ଭଗବାନଙ୍କ ଠାରେ ସମର୍ପିତ ହୋଇଥାନ୍ତି। ପୂଜା ପରେ ସ୍ୱାମୀଙ୍କୁ ପ୍ରଣାମ କରି ପ୍ରସାଦ ଗ୍ରହଣ କରିଥାନ୍ତି। କେତେକ ସ୍ଥଳରେ ଘରେ ଠାକୁରଙ୍କ ଠାରେ ପୂଜାର୍ଚ୍ଚନା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଦେବାଦେବୀଙ୍କ ପୀଠରେ ସାମୂହିକଭାବେ ମହିଳାମାନେ ଏହି ପୂଜା କରିଥାନ୍ତି। ନୂତନ ବସ୍ତ୍ର ପରିଧାନ କରି ଫଳ ପୁଷ୍ପରେ ଠାକୁରଙ୍କୁ ସମର୍ପଣ କରିଥାନ୍ତି। ଚଳିତ ବର୍ଷ କିନ୍ତୁ ଅଧିକାଂଶ ସ୍ଥାନରେ ସାବିତ୍ରୀ ମାନେ ସାମାଜିକ ଦୂରତ୍ୱ କୁ ମାନୁ ନ ଥିବା ଦେଖାଯାଇଛି। ତେବେ ସତ୍ୟବାନ ପାଇଁ ବ୍ରତ ପାଳନରେ ସାମାଜିକ ଦୂରତ୍ୱ କୁ ସାବିତ୍ରୀ ଙ୍କ ଅଣଦେଖା ଏବେ ଚିନ୍ତାର କାରଣ ପାଲଟିଛି। ଅନ୍ୟ ପକ୍ଷରେ ମହାମାରୀ କରୋନା ପାଇଁ ସଂଘରୋଧ କେନ୍ଦ୍ର ଗୁଡିକରେ ଏକାନ୍ତ ବାସରେ ଥିବା ସତ୍ୟବାନ ମାନଙ୍କୁ କିନ୍ତୁ ଚଳିତ ବର୍ଷ ନିରାଶ ହେବାକୁ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.