Home ଜିଲ୍ଲା ପରିକ୍ରମା ସଟଡାଉନ୍‌ରେ ଗାଡି ନପାଇ ମେଡିକାଲକୁ ଟ୍ରଲିରେ ବୁହାହେଲେ ରୋଗୀ

ସଟଡାଉନ୍‌ରେ ଗାଡି ନପାଇ ମେଡିକାଲକୁ ଟ୍ରଲିରେ ବୁହାହେଲେ ରୋଗୀ

22

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାର କରୋନା ରାକ୍ଷସ କବଳରୁ ଲୋକଙ୍କ ଜୀବନ ବଂଚାଇବାକୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିଥିବାବେଳେ ଏହି ସମୟରେ କୌଣସି ଗାଡି ନମିଳିବାରୁ ଭଦ୍ରକ ସହରର ୯ ନଂ ୱାର୍ଡ ଚାରିଘରିଆ ମୁଣ୍ଡାସାହିର ଏକ ଆଦିବାସୀ ପରିବାର ରୋଗୀକୁ ଡାକ୍ତରଖାନା ଆଣିବାକୁ ଗାଡି ନପାଇ ଶେଷରେ ଟ୍ରଲିର ସାହାରା ନେଇଥିଲା । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଥିଲା ମୁଣ୍ଡାସାହିର ଜସ୍ମିନ ମୁଣ୍ଡା ପରିବାରରେ । ଏହି ପରିବାରରେ ଝଗଡା ଲାଗି ଜସ୍ମିନ ନାମକ ଜଣେ ମହିଳା ବିଷ ପିଇଦେଇଥିଲା । ପରିବାର ଲୋକେ ଏକଥା ଜାଣିବା ପରେ ମେଡିକାଲ ଆଣିବା ପାଇଁ ଗାଡି ଖୋଜିଥିଲେ । ମାତ୍ର ସଟଡାଉନ୍ ଯୋଗୁଁ ଘରୁ ମେଡିକାଲ ଯାଏଁ ଆସିବାକୁ କୌଣସି ଗାଡି ମିଳିନଥିଲା । ଅନ୍ୟପଟେ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ୧୦୮ କିମ୍ବା ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାର ଦକ୍ଷତା ଏମାନଙ୍କର ନଥିଲା । ଶେଷରେ ସେମାନେ ଜଣେ ସଂପର୍କୀୟଙ୍କ ସହଯୋଗରେ ଏକ ଟ୍ରଲିରେ ଜସ୍ମିନଙ୍କୁ ନେଇ ଭଦ୍ରକ ମେଡିକାଲ ଚିକିତ୍ସା ନିମନ୍ତେ ଆଣିଥିଲେ । ତେବେ ଶୂନଶାନ ରାସ୍ତାରେ ରୋଗୀଟିକୁ ଧରି ଟ୍ରଲିରେ ମେଡିକାଲ ପହଞ୍ôଚବା ପରେ ସ୍ଥାନୀୟ ଦେଖଣାହାରି ମେଡିକାଲ ପରିସରରେ ସହଯୋଗର ହାତ ବଢାଇଥିଲେ । ହେଲେ ଆଜିବି ସରକାରଙ୍କ ଯୋଜନାରେ ଏଭଳି ନିରକ୍ଷର ଆଦିବାସୀଙ୍କ ପାଖରେ ସଚେତନତାର ବାର୍ତ୍ତା କିଭଳି ପହଞ୍ôଚପାରିନାହିଁ, ତାହାର ଏକ ସଦ୍ୟ ଉଦାହରଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.