Home ଜିଲ୍ଲା ପରିକ୍ରମା ସଙ୍ଗମ ହରିଜନ ଓ ପାତ୍ର ସାହିରେ ପାନୀୟ ଜଳ ସଙ୍କଟ, ଗୋଟିଏ କୁଅ ହିଁ ପାଲଟିଛି...

ସଙ୍ଗମ ହରିଜନ ଓ ପାତ୍ର ସାହିରେ ପାନୀୟ ଜଳ ସଙ୍କଟ, ଗୋଟିଏ କୁଅ ହିଁ ପାଲଟିଛି ସାହାରା

29

ହାଟଡ଼ିହି-୨୧ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କା ପାତ୍ର ସାହି ଓ ହରିଜନ ସାହିର ଲୋକମାନେ ପିଇବା ପାଣିମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ସାହିରେ ୭୦ରୁ ଉର୍ଦ୍ଧ ପରିବାର ବସବାସ କରୁôତବାବେଳେ ଏମାନଙ୍କ ପାଇଁ ଥିବା ନଳକୂପ ଦୁଇଟି ଭାଙ୍ଗି ନଷ୍ଟ ହୋଇଯାଇଛି । ଫଳରେ ଗାଁରେ ଥିବା ଗୋଟିଏ ଦୁଷିତ କୁଅ ହିଁ ଏମାନଙ୍କ ପାଇଁ ଏବେ ସାହାରା ପାଲଟିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ପୁର୍ବରୁ ଦୁଇଟି ନଳକୂପ ଗାଁରେ ଥିବାବେଳେ ଏହି ନଳକୂପରରେ ଗାଁର ୭୦ରୁ ଉର୍ଦ୍ଧ ପରିବାର ନିର୍ଭର କରୁôତଲେ । ଦୀର୍ଘ ବର୍ଷ ହେଲା ଦୁଇଟିଯାକ ନଳକୂପ ଅଚଳ ହୋଇପଡିଛି । ସେହିପରି ଗାଁକୁ ପାଇପ ଲାଇନ ସଂଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯାଇ ନାହିଁ । ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ଭାଙ୍ଗିତୁଟି ଗଲାଣି । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଫଳରେ ଗାଁରେ ଏକ ଭଙ୍ଗା ଦୁଷିତ କୁଅର ପାଣିକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି । ପାତ୍ରସାହିର ଲୋକମାନଙ୍କ ପାଇଁ ଗୋଟିଏ କୂଅ ଥିବାବେଳେ ତାହା ଦୀର୍ଘଦିନ ହେଲା ଶୁଖି ଯାଇଛି । ଏବେ ଗାଁର ଜଣେ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ବାଡିରେ ଗୋଟିଏ ଚୁଆ ଖୋଳିବାପରେ ତାଙ୍କରି ଚୁଆରୁ ପାଣିଆଣି ଗାଁ ସାରା ଲୋକ ଚଳୁଛନ୍ତି । ସେଥିପାଇଁ ସେମାନଙ୍କୁ ଦେଢ଼ କିଲୋମିଟର ଦୁର ଯିବାକୁ ପଡୁଛି । ବର୍ତ୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାନୀୟ ଜଳ ମୁନ୍ଦେ ନପାଇ ଗାଁ ଲୋକମାନେ କଲବଲ ହେଉଥିବା ଗାଁର ସୁଲୋଚନା ଯେନା, ସଞ୍ଜୁ ଯେନା, ସୁଲୋଚନା ପାତ୍ର, ଫୁଲମଣି ଯେନା, ବସନ୍ତ ପାତ୍ର, ଉମାକାନ୍ତ ଯେନା ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଯୁବ ସମାଜସେବୀ ଧିରେନ୍ଦ୍ର ପହି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.