Home Top News ସକରାତ୍ମକ ଭାବନା ରଖୁଥିବା ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର...

ସକରାତ୍ମକ ଭାବନା ରଖୁଥିବା ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ

124

ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ଭୁବନେଶ୍ୱର ଠାରେ ଘରୋଇ ହସ୍ପିଟାଲରେ ଶୋକସନ୍ତପ୍ତ ପରିବାରର ସଦସ୍ୟଙ୍କୁ ଭେଟି ଗଭୀର ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ
– ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ଓ ଅବିଶ୍ୱାସନୀୟ
– ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ

ଭୁବନେଶ୍ୱର, ଏପ୍ରିଲ ୧୪ (ଓଡ଼ିଆ ପୁଅ) – ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିବା ସହ ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ଶୋକସନ୍ତପ୍ତ ପରିବାରର ସଦସ୍ୟଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ। ବିଶେଷ ଭାବରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଓ ଅବିଶ୍ୱାସନୀୟ। ତାଙ୍କ ଭଳି ସକରାତ୍ମକ ଭାବନା ରଖୁଥିବା ନେତୃତ୍ୱଙ୍କ ବିୟୋଗ ହେବା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଏହି କଠିନ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶୋକସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.