Home ଓଡ଼ିଶା ସଂଧ୍ୟା ରେ ସଚେତନତା ବାର୍ତ୍ତା ସକାଳୁ ଅମାନିଆଙ୍କ ବେଖାତିର ବୁଲାବୁଲି

ସଂଧ୍ୟା ରେ ସଚେତନତା ବାର୍ତ୍ତା ସକାଳୁ ଅମାନିଆଙ୍କ ବେଖାତିର ବୁଲାବୁଲି

19

ନୟାଗଡ/୦୯/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ରେ କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରି ଆସୁଥିବା ବେଳେ ସରକାର ଏଥିପାଇଁ ଘୋର ଉଦବେଗ ପ୍ରକାଶ କରୁଥିବା ଜଣାପଡିଛି । କୋଭିଡ୍ ଟୀକା କରଣ ଚାଲୁଥିବା ରୁ ଲୋକମାନେ କଟକଣା କୁ ବେଖାତିର କରିଚାଲିଛନ୍ତି । ତେଣୁ ସରକାର ପୁଣି ସଚେତନତା ସୃଷ୍ଟି କରିବା ସହ ଫାଇନ ଆଦାୟ କୁ ପ୍ରଧାନ୍ୟ ଦେଇଚାଲିଛନ୍ତି । କିନ୍ତୁ ପୋଲିସ ଓ ପ୍ରଶାସନ ସଂଧ୍ୟାରେ ସଚେତନତା ସୃଷ୍ଟି କରୁଥିବା ବେଳେ ସକାଳୁ ଅମାନିଆ ମାନେ ବେଖାତିର ଭାବେ ବୁଲାବୁଲି କରିଚାଲିଛନ୍ତି । କାରଣ ସକାଳୁ ପୋଲିସ ମାସ୍କ ଓ ସାମାଜିକ ଦୁରତ୍ୱ ଚେକିଙ୍ଗ୍ କରୁନାହିଁ । ସେଭଳି ଦେଖିବାକୁ ମିଳୁଛି ଚାନ୍ଦପୁର ଥାନା ଅଂଚଳ ରେ । ଗତ ୮ ତାରିଖ ସଂଧ୍ୟାରେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କ ଉପସ୍ଥିତି ରେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଚାନ୍ଦପୁର ଅଂଚଳ ରେ ଡାକବାଜି ଯନ୍ତ୍ର ଯୋଗେ ସଚେତନତା ସୃଷ୍ଟି କରିଥିଲେ ।

କିନ୍ତୁ ୯ ତାରିଖ ସକାଳୁ ଚାନ୍ଦପୁର ପରିବା ହାଟ ରେ ଶହ ଶହ ସଂଖ୍ୟା ରେ ଲୋକ ବିନା ମାସ୍କ ଓ ବିନା ସାମାଜିକ ଦୁରତ୍ୱ ରେ ଘୁରି ବୁଲୁଥିବାର ଦେଖିବାକୁ ମିଳୁଥିଲା । ଲୋକମାନଙ୍କ ଧାରଣା ସତେଯେପରି ମାସ୍କ ପିନ୍ଧିବା ଓ ସାମାଜିକ ଦୁରତ୍ୱ ବଜାଇ ରଖିବା ପୋଲିସ ର ଆବଶ୍ୟକତା । ଏ ସର୍ମ୍ପକେ ଚାନ୍ଦପୁର ଦଶ ଦୋଳ କମିଟି ର ସଭାପତି ମନୋଜ ଦାସ କୁହନ୍ତି ଚାନ୍ଦପୁର ପୋଲିସ ସକାଳୁ ସକାଳୁ ଚାନ୍ଦପୁର ପରିବା ହାଟ ଉପରେ ଚେକିଙ୍ଗ୍ କରିବା ଆବଶ୍ୟକ । କାରଣ ପ୍ରତିଦିନ ସକାଳୁ ଚାନ୍ଦପୁର ପରିବା ହାଟ କୁ ହଜାର ହଜାର ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ର ଲୋକ ପ୍ରବେଶ କରୁଛନ୍ତି ଯାହାଫଳରେ କରୋନା ବ୍ୟାପିବାର ସମ୍ଭାବନା ଅଧିକ । ଏ ସର୍ମ୍ପକେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ କୁହନ୍ତି ଗତ କାଲି ସଚେତନତା କରାଯାଇଥିଲା ଆଜି ଠାରୁ କଟକଣା ଉପରେ ଜୋରଦାର ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.