Home Coronavirus Outbreak ଷୋହଳ ଜିଲ୍ଲାରେ RT-PCR ଟେଷ୍ଟ ସେଣ୍ଟର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଷୋହଳ ଜିଲ୍ଲାରେ RT-PCR ଟେଷ୍ଟ ସେଣ୍ଟର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

109

ଭୁବନେଶ୍ୱର ୧୧/୫ (ଓଡ଼ିଆ ପୁଅ) କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ, ବଉଦ, ଢେ଼ଙ୍କାନାଳ ଗଜପତି, ଖୋର୍ଦ୍ଧା ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମା ରେ ଗୋଟିଏ ଗୋଟିଏ RTPCR ଟେଷ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି ଟେଷ୍ଟ ସେଣ୍ଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ। ଏଥି ନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ Microbiologist ଓ ତିନି ଜଣ Lab Technician ଙ୍କୁ ନିୟୋଜିତ କରାଯିବ।

କରୋନା ସକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.