Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

43

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଅନହରପୁର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୩ତାରିଖ ମଙ୍ଗଳବାର ପ୍ରାତଃରୁ ମାନସିକ ଧାରୀ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସସ୍ତ୍ରୀକ ନିକଟସ୍ଥ ପୁଷ୍କରଣୀରୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜଳପୂର୍ଣ୍ଣ କୁମ୍ଭ ଶୋଭାଯାତ୍ରାରେ ଆଣି ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ପରେ ଜଳାଧିବାସ, ଘଟପୂଜା, ପାଶ୍ୱର୍ଦେବାଦେବୀ ପୂଜା ସହ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୧୪ତାରିଖ ପ୍ରାତଃରୁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରତିଷ୍ଠା ଦିବସ ଅବସରରେ ସୂର୍ଯ୍ୟପୂଜା, ବିଗ୍ରହଙ୍କ ମହାସ୍ନାନ ପରେ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ଦ୍ୱିତୀୟ ଦିନର ଯଜ୍ଞ କର୍ମସହ ଦିବା ୧୨ଘଟିକାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ଦର୍ଶନ ପୂର୍ବକ କୃପା ଭିକ୍ଷା କରିଥିଲେ । ସନ୍ଧ୍ୟାରେ ଜଗନ୍ନାଥଧାମ ପୁରୀର ପ୍ରଖ୍ୟାତ ପ୍ରବଚକ ପ୍ରମୋଦ କୁମାର ପୃଷ୍ଟିଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୫ତାରିଖ ସକାଳେ ସିଦ୍ଧ ମହାବୀରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପୂର୍ବକ ସୂର୍ଯ୍ୟପୂଜା ପରେ ତୃତୀୟ ଦିନର ଯଜ୍ଞ କର୍ମ ଆରମ୍ଭ ହୋଇଥିଲା । ମହାବୀର ମନ୍ଦିର ପରିସରରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ତ୍ରିଦିନ ବ୍ୟାପ୍ତ ଜନକଲ୍ୟାଣକାରୀ ମହାଯଜ୍ଞର ସନ୍ଧ୍ୟା ୬ଘଟିକା ସମୟରେ ପୂର୍ଣ୍ଣାହୂତୀ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ପ୍ରବଚକ ପ୍ରମୋଦ କୁମାର ପୃଷ୍ଟିଙ୍କ ଦ୍ୱାରା ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.