Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ଭସାଣୀ ଉତ୍ସବ ସମାପିତ

ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ଭସାଣୀ ଉତ୍ସବ ସମାପିତ

135

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଦମ୍ବବେଡା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ଙ୍କ ବସାଣୀ ଉତ୍ସବ ନିରାଡମ୍ବର ସହକାରେ ସମାପିତ ହୋଇଯାଇଛି। ରଜ ସଂକ୍ରାନ୍ତିରୁ ପାଳିତ ହୋଇଥିବା ୭ ଦିନ ବ୍ୟାପି ଏହି ି ବାର୍ଷିକୋତ୍ସବ ଶେଷ ହେବା ପରେ ଆଜି ଶାନ୍ତିଶୃଖଂଳାର ସହ ବିନା ବାଦ୍ୟ ଓ ରୋଷଣୀରେ ସରକାରୀ ନିୟମାନିଯାୟୀ ସାମାଜିକ ଦୂରତା ରଖାଯାଇ ଶୈଷ ହୋଇଛି। ପ୍ରକାଶ ଯେ, ୧୮୭୫ମସିହାଠାରୁ ରଜସଂକ୍ରାନ୍ତି ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ନିଧିଚରଣ ବାରିକଙ୍କ ଘରୁ ମହାସମାରୋହରେ ଶୋଭାଯାତ୍ରା ସହ ବିଜେସ୍ଥଳୀରେ ବିଜେ କରିଥାନ୍ତି ପ୍ରଭୂ ଶ୍ରୀ ଶ୍ରୀ ଲକ୍ଷ୍ମିନାରାୟଣ। କିନ୍ତୁ ଚଳିତ ବର୍ଷ ବିଶ୍ୱର ମହାମାରୀ ଚରୋନା ପାଇଁ ଏଥର ନିରାଡମ୍ବରଭାବେ ପାଳିତ ହୋଇଥିଲା। କମିଟିର ସଭାପତି ବାଇଧର ବେହେରା, ସଂପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ(ସିଲୁ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ନିରାଡମ୍ବରରେ ୭ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନା ହୋଇଥିଲା। ସଂକ୍ରାନ୍ତି ଦିନ ଜୀବନ୍ୟାସ, ପୂଜାର୍ଚ୍ଚନା ସଂଗେସଂଗେ ୨୦ ଜଣ ବ୍ରାହ୍ମଣ ନିମନ୍ତ୍ରୀତ ହୋଇ ସଂପୂର୍ଣ୍ଣ ଭାଗବତ ପାରାୟଣ କରିଥାନ୍ତି କିନ୍ତୁ ଏଥର ସାମାଜିକ ଦୂରତା କୁ ଲକ୍ଷ୍ୟରଖି ଏହାକୁ ସୀମିତ ଭାବେ ସରକାରୀ ନିୟନମାନୁବଳୀ ଅନୁସାରେ ରଖାଯାଇଥିଲା। ଆବାହକ ତଥା ଉପଦେଷ୍ଟା ରବି ନାରାୟଣ ଖିଲାର, ଉପଦେଷ୍ଟା ସୁରଜିଲ ପାଲ, ଉପଦେଷ୍ଟା ରବୀନ୍ଦ୍ର ପ୍ରସାଦ ବାରିକ, ଉପଦେଷ୍ଟା ଚିଦାନନ୍ଦ ବାରିକ (ମୁନା ) କୋଷାଧ୍ୟକ୍ଷ ଅନନ୍ତ ବାରିକ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ବାରିକ, ଭୀମସେନ ମାହଲ, ଜୟଚନ୍ଦ୍ର ପୃଷ୍ଟି, ଲକ୍ଷ୍ମିଧର ରଣା ଦୈôତାରୀ ବେହେରା, ମଦନ ମୋହନ ବାରିକ, ରାଜେନ୍ଦ୍ର ପୃଷ୍ଟି କିଶୋର ବେହେରା, ଜଗବନ୍ଧୁ ମାସନ୍ତ, ପ୍ରମୁଖ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପାଳନ କରାଯାଇଥାଏ ଷଷ୍ଠ ଦିନରେ ଠାକୁରଙ୍କ ମହାପ୍ରସାଦ ସେବନ ସହ ଏବଂ ସପ୍ତମ ଦିବସରେ ଠାକୁର ଜଳାଶାୟୀ ହୋଇଥାନ୍ତି। ଏହି ସାତଦିନରେ ଜିଲ୍ଲାର କୋଣ ଅନୁକୋଣରୁ ଆବାଳବୃଦ୍ଧବନିତା ହଜାରହଜାର ସଂଖ୍ୟାରେ ଉପସ୍ଥିତ ରହି ପ୍ରଭୂଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି।। ଭଦ୍ରକ ଜିଲ୍ଲାର ଏହା ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ। ବହୁ ରାଜନେତା ଙ୍କ ସମେତ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ ଏହି ଉତ୍ସବରେ ଯୋଗଦେଇଥାନ୍ତି। ବ୍ୟକ୍ତି ସମୂହଙ୍କ ଉପସ୍ଥିତି ସମାରୋହର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥିଲା। ଯଦିଓ ପୂଜା ଯଥାବିଧିଅନୁଯାୟୀ ହୋଇଥିଲା କିନ୍ତି କରୋନା ପାଇଁ ଏଥର ଫିକା ପଡିଥିଲା ଏହି ପୂଜା ଉତ୍ସବ। ଏହି ଉତ୍ସନର ଅନ୍ୟତମ ପୁରୋଧା ତଥା ପ୍ରାକ୍ତନ ସଂପାଦକ ସମରେନ୍ଧ୍ର ବାରିକଙ୍କ ବିୟୋଗ ପରେ ତାଙ୍କ କନିଷ୍ଠ ପୁତ୍ର ଶୈଳେନ୍ଦ୍ର ପ୍ରସାଦ ବାରିକ ସଂପାଦକଭାବେ ଦାୟିତ୍ୱ ନିର୍ବାହ କରି ଗ୍ରାମବାସୀଙ୍କର ଆସ୍ଥାଭାଜନ ହୋଇ କମିଟି ସଭ୍ୟଙ୍କ ସହେଯାଗରେ ସୂଚାରୁରୂପେ ଏହି କାର୍ଯ୍ୟ ସଂପାଦନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.