Home Top News ଶ୍ରୀ ଜଗନ୍ନାଥଙ୍କର ବାଙ୍କଚୁଡ଼ ବେଶ

ଶ୍ରୀ ଜଗନ୍ନାଥଙ୍କର ବାଙ୍କଚୁଡ଼ ବେଶ

151

ପୁରୀ ୪-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ। ସମସ୍ତ ନୀତିକାନ୍ତି ବଢ଼ି ଅବକାଶ ନୀତି ସମ୍ପର୍ଣ୍ଣ ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି। ତେବେ ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ ସେ ସମୟରେ ବ୍ରଜ ଦାଣ୍ଡରେ ଏହି ବେଶରେ ଅକ୍ରୁର ଦର୍ଶନ କରିଥିଲେ ଶ୍ରୀକୃଷ୍ଣଙ୍କୁ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି। ଏହି ବେଶରେ ଠାକୁର ମାନେ ସୁଵର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ଚୁଡ଼ା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡ଼ା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.