Home Top News ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନଏମଏ ଦେଲା ଏନଓସି

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନଏମଏ ଦେଲା ଏନଓସି

53

ପୁରୀ ୨୧-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ ଏନଏମଏ ଦେଇଛି ଏନଓସି। ଏନଏମଏର ପକ୍ଷରୁ ଏନଓସି ମିଳିବା ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ। ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ ରହିଛି। ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ।

ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି। ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି। ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ। ସେହିପରି ଇନ୍ଫର୍ମେସନ ସେଣ୍ଟର, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ରେଗୁଲେଟେଡ୍ ଅଞ୍ଚଳରେ କରାଯିବ। ଏମଏମଏର ନିୟମ ଅନୁଯାୟୀ ଜାତୀୟ କୀର୍ତ୍ତିରାଜି ର ୧୦୦ ମିଟର ନିଷିଦ୍ଧ ଅଞ୍ଚଳ। ଏହି ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇ ପାରିବ ନାହିଁ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ୧୦୦ ମିଟର ଭିତରେ ସରକାର୍ ନିର୍ମାଣ କାମ କରିବା ନେଇ ବିଭିନ୍ନ ମହଲରେ ବିରୋଧ ଉଠିଥିଲା। ଏ ନେଇ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚି ଥିଲା। ତେବେ ଭକ୍ତ ଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏହି କାର୍ଯ୍ୟ ଚାଲିଥିବାରୁ ଏ ନେଇ ସୁପ୍ରିମକୋର୍ଟ କୌଣସି ଆପତି ନ କରି ମାମଲା ଖାରଜ କରିଦେଇ ଥିଲେ। ପରେ ଏନଏମଏ ପକ୍ଷରୁ ଏହି ପ୍ରକଳ୍ପ କାମ ପାଇଁ NOC ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.