Home ଓଡ଼ିଶା ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଉନ୍ନତି କରଣ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଉନ୍ନତି କରଣ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

25

ପୁରୀ ୨୫-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଚାରିପାଖର ଉନ୍ନତି, ଭିତର ବେଢା ପରିଷ୍କାର ପରିଛନ୍ନତା ଏବଂ ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ମରାମତି ନେଇ ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ତ୍ତମାନ ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଏସଆଇ ପକ୍ଷରୁ ଚାଲିଥିବା ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାର୍ଯ୍ୟ ଜୁନ୍ ଶେଷ ସୁଦ୍ଧା ଶେଷ ହେବ। ସେହିପରି ମାର୍ଚ୍ଚ ମାସରୁ ଆରମ୍ଭ ହେବ ମା’ ମହାଲକ୍ଷ୍ମୀ ମନ୍ଦିରର ମରାମତି କାର୍ଯ୍ୟ। ବାତ୍ୟା ଫନିରେ ଉଜୁଡ଼ିଯାଇଥିବା ସିସିଟିଭି ବ୍ୟବସ୍ଥା ପୁନଃ ସଂସ୍ଥାପନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓଡିଶା ପୋଲିସ ହାଉସିଂ କର୍ପୋରେସନକୁ ୮୦ ଲକ୍ଷ ଦେଇଛି। ଖୁବଶୀଘ୍ର ସିସିଟିଭି ସଂସ୍ଥାପନ କାର୍ଯ୍ୟ ହେବ। ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢା ପରିଷ୍କାର ପରିଛନତା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଭକ୍ତ ପାଇଁ ଶୌଚାଳୟ ଓ ପରିସ୍ରାଗାରର ବ୍ୟବସ୍ଥା, ଲଗେଜ ଓ ଜୋତା ଷ୍ଟାଣ୍ଡ ଆଦି ୧୨ ଟି ନିୟମିତ ପ୍ରସଙ୍ଗ, ସମସ୍ୟା ଓ ଆଵଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ସପ୍ତାହର ପ୍ରତି ମଙ୍ଗଳବାର ଏଭଳି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ତେବଡ଼ ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ ହେଵ। ଏହାର ନିର୍ଯାସକୁ ପରିଚାଳନା କମିଟିରେ ଆଗତ କରି କାର୍ଯ୍ୟ କରାଯିବ। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ଶହ ନୀତି ପ୍ରଶାସକ ଜିତେନ୍ଦ୍ର ଜେନା ଏଏସଆଇ, ଓବିସିସି, ପୌରପାଳିକା, ଜନସ୍ୱାସ୍ଥ୍ୟ, ଇଡ଼କକୋ ଅଧିକାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.