Home Top News ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ

ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ

19

ପୁରୀ ୧୩-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଚିଲା ଏଏସଆଇ ର ୪ ଜଣିଆ ଟିମ। ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡ଼ିଓ ଗ୍ରାଫି ଓ ଡକୁମେଣ୍ଟସନ କରିଥିଲେ। ଏହା ସହ ଭରଚୁଆଲ ବୈଠକରେ ଏ ଏସ ଆଇ ଡିଜିଙ୍କ ସହ କରିଥିଲେ ଆଲୋଚନା। ଜୁନ ୨୨ ରେ ହାଇକୋର୍ଟରେ ଶୁଣାଣି ଥିବାରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏ ଏସ ଆଇ। ସେପଟେ ଶ୍ରୀମନ୍ଦିର ର ୧୦୦ ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର। ଏହି ନିଷ୍ପତ୍ତି ନିଆଯାଇଛି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚୁରାଲ ଆଡଭାଇଜରୀ କମିଟି। ଆଜି ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ର ସମୀକ୍ଷା କରିଥିଲେ।ତେବେ ଏ ଏସ ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଆଜି ଭିନ ଭିନ ଭାବରେ ଯାଇ ପ୍ରକଳ୍ପ ଅନୁଧ୍ୟାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ପ୍ରକଳ୍ପ ଡିପିଆର ପରିବର୍ତ୍ତନ ନେଇ ଦୁଇ ଦିନ ତଳେ OBCC ର ସମିଳନୀ କକ୍ଷ ରେ ଏହି ବୈଠକ ବସିଥିଲା। ଏହି ବୈଠକରେ ପୁରୀ ଜିଲାପାଳ ସମେତ ପ୍ରତ୍ନତତ୍ତ୍ୱବିଦ, ମଠ ମହନ୍ତ ଯୋଗ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଆଉଟର ଆକ୍ସେସ ରୋଡ଼ ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.