Home କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ନୂତନ ଭଜନ ଆହେ ପ୍ରଭୁ ହଳଧର ରେବତୀ ରମଣ ଉନ୍ମୋଚିତ

ଶ୍ରୀବଳଦେବଜୀଉଙ୍କ ଜନ୍ମଦିନରେ ନୂତନ ଭଜନ ଆହେ ପ୍ରଭୁ ହଳଧର ରେବତୀ ରମଣ ଉନ୍ମୋଚିତ

22

କେନ୍ଦ୍ରାପଡା, ୧୫ା୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କ ଜନ୍ମ ତିଥି ଉପରେ ଆଧାରିତ ଏକ ନୂତନ ଭଜନ ‘ଆହେ ପ୍ରଭୁ ହଳଧର ରେବତୀରମଣ’ର ଶୁଭ ମହୁରତ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସ୍ୱର ସଂଯୋଜନା ଏବଂ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ପୂର୍ଣ୍ଣୀମା ଦାଶଙ୍କ କଣ୍ଠରେ ଉକ୍ତ ଭଜନଟି ସାରା ରାଜ୍ୟରେ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। କଟକର ସୁରଝଙ୍କାର ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ଏହି ଗୀତଟିକୁ ରଚନା କରିଛନ୍ତି ଗିତୀକାର ସୁବାସ ଚନ୍ଦ୍ର ପାତ୍ର ଓ ଶିକ୍ଷାବିତ ଭାଗିରଥୀ ନନ୍ଦ। ଶୁଭ ମହୁରତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୈାରପାଳିକାର ନଗରପାଳ ସରିତା ସାହୁ ଯୋଗଦେଇଥିବା ବେଳେ ଶ୍ରୀବଳଦେବଜୀଉ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, କାଉନସିଲର କାଳି ପ୍ରସାଦ ମିଶ୍ର, କାଉନସିଲର ଲକ୍ଷ୍ମୀପ୍ରିୟା ବେହେରା ଓ ଗୀତିକାର ସୁବାସ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କୁ ମାନପତ୍ର, ରୈାପ୍ୟ ଫଳକ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ “ବଳଦେବ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ସାଇନାଥ କଳା ପରିଷଦର ସମ୍ପାଦକ ସୁବ୍ରତ କୁମାର ରାଉତଙ୍କ ପରିଚାଳନାରେ ଜୟଶ୍ରୀ ପତି, ପ୍ରିୟଙ୍କା ପତି, ପୂର୍ଣ୍ଣୀମା ଦାଶଙ୍କ ଦ୍ୱାରା ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଜେଡି ନଗର ସଭାପତି ଯଯାତି କେଶରୀ ମହାନ୍ତି, ଯୁବନେତା ରଞ୍ଜିତ କୁମାର ସାହୁ, ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.