ad
ଓଡ଼ିଶା

ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ:୦୭.୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରରେ ନୀତି ସବକମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି।ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ୨୧ ତାରିଖ ଦିନ ଦୋଳପୂର୍ଣ୍ଣିମା ୨୨ ରେ ହୋଲି, ୨୦ ତାରିଖରେ ଅଗ୍ନି ଉତ୍ସବ ଓ ମେଣ୍ଢା।ପୋଡି ନୀତି ଅନୁଷ୍ଠିତ ହେବ। ଦୋଳପୂର୍ଣ୍ଣିମା ତ୍ ିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ସୁନାବେଶ କରାଯିବ। ସେଦିନ ଭୋର ୩ ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ। ଭୋର ୪ ଟା ମଙ୍ଗଳଆଳତୀ, ୪ଟା ୩୦ ରେ ମଇଲମ, ୫ଟା ୪୫ ରେରୋଷହୋମ ସୂର୍ଯ୍ୟପୂଜାଳସକାଳ ୬ଟା ୩୦ରେ ଦ୍ୱାରପାଳ ପୂଜା କରାଯାଇ ଶ୍ରୀଜୀଉଙ୍କୁ ନୂଆଲୁଗା ଲାଗି ଏବଂ ବେଶ କରାଯିବ। ସକାଳ ୭ଟାରୁ ୭ଟା ୩୦ ମଧ୍ୟରେ ଖଇକୋରା ଭୋଗ, ୭ଟା ୪୫ ଭିତରେ ବେଢା ଏବଂ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ।ସକାଳ ୮ଟାରୁ ୯ଟା ୩୦ମଧ୍ୟରେ ରାଜାଧିରାଜ (ସୁନାବେଶ)କରାଯିବ।ଦିନ ୧୧ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ, ଦିନ ୧ ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ଶେଷ ହେବ।ରାତି ୯ଟାରେ ଦୋଳବେଦୀ ନୀତି ଶେଷ କରି ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।ରାତି ୧୦ଟାରେ ବେଢା ଶେଷ ହେବ। ରାତି ୧୦ ୧୫ ରେ ସରସ୍ୱତୀ ମନ୍ଦିର ପାଖରେ ଭୋଗ ଓ ବନ୍ଦାପନା କରାଯିବ।ଏହାପରେ ବିମାନ ସହ ଦିଅଁ ଭିତର କାଠକୁ ବିଜେ କରିବେ। ଏହାପରେ କର୍ପୂର ଆଳତୀ ଓ ଜଳଲାଗି କରାଯିବ। ରାତି ୧୦ ୨୫ରେ ଲକ୍ଷ୍ମୀ ଓ ସାସ୍ୱତୀ ସିଂହାସନକୁ ବିଜେ କରିବେ।ଦୋଳଗୋବିନ୍ଦ କୁ ଦକ୍ଷିଣୀ ଘର ବିଜେ କରାଯିବ।ରାତି ୧୦ ୩୫ରେ ସୁନାବେଶ ଉଲାଗି କରାଯାଇ ମହାପ୍ରଭୁଙ୍କୁ ମହାସ୍ନାନ, ମଇଲମ ବେଶ କରାଯିବ। ରାତି ୧୨ଟା ୧୫ ମଧ୍ୟ୍ୟାହ୍ନ ଧୂପ, ୧ ଟା ୧୫ରେ ଦକ୍ଷିଣୀଘର ଭୋଗ ରାତି ୧ ଟା ୪୦ରେ ସନ୍ଧ୍ୟା ଆଳତୀ ରାତି ୨ ଟା ୩୦ରେ ସନ୍ଧ୍ୟା ଧୂପ, ରାତି ୩ ଟା ୧୫ରେ ବଡ ସିଂହାର ବେଶ, ୩ଟା ୩୦ରେ ବଡସିଂହାର ଭୋଗ କରାଯାଇ ୩ ୪୫ରେ ରାତ୍ର ପହୁଡ କରାଯିବାକୁ ସ୍ଥିର ହୋଇଛି। ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସିପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଚିତ୍ ବିଶ୍ୱାଳ, ପରିଚାଳନା କମିଟି ସଭ୍ୟ ତଳୁଛ ନୀଳକଣ୍ଠ ମହାପାତ୍ର ମାଧବ ମହାପାତ୍ର ରାମଚନ୍ଦ୍ର ଦାସ ମହାପାତ୍ର ମାଧବ ପୂଜାପଣ୍ଡା ଅନନ୍ତ ତିଆଡି ଏବଂ ଭିତରଛ ଭବାନୀ ଭବାନୀ ଶଙ୍କର ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top