Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବୈଠକ, ମହାବିଷୁବ ସଂକ୍ରାନ୍ତିକୁ ‘ଉତ୍କଳ ଚେତନା ଦିବସ’ ଭାବେ ପାଳନ...

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବୈଠକ, ମହାବିଷୁବ ସଂକ୍ରାନ୍ତିକୁ ‘ଉତ୍କଳ ଚେତନା ଦିବସ’ ଭାବେ ପାଳନ ନିଷ୍ପତି

23

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଚାର ସମିତିର ଆଭିମୁଖ୍ୟକୁ କିପରି ଅନ୍ୟ ଜିଲ୍ଲାମାନଙ୍କୁ ପ୍ରସାର କରାଯାଇ ପାରିବ ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଜଗନ୍ନାଥ ସଂସ୍କୃତିପ୍ରେମୀ ଏଥିରେ ସାମିଲ ହେବେ ସେଥିଲାଗି ପଦକ୍ଷେପ ନେବାକୁ ମତ ଉପସ୍ଥାପନ କରାଯାଇଥିଲା । ତେବେ କରୋନାର ଦ୍ୱିତୀୟ ଲହର ଏବେ ବୃଦ୍ଧି ପାଉଥିବାରୁ ଏହାକୁ ଏବେ ବ୍ୟାପକ ନ କରି ଧୀରେ ଧୀରେ କାର୍ଯ୍ୟକ୍ରମକୁ ଆଗେଇନେବାକୁ ସର୍ବସମ୍ମତ କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ପ୍ରତିବର୍ଷ ପବିତ୍ର ମହା ବିଷୁବ ସଂକ୍ରାନ୍ତିକୁ ‘ଉତ୍କଳ ଚେତନା ଦିବସ’ ଭାବେ ଯେଉଁ ଭଳି ପାଳନ ହେଉଥିଲା, ଚଳିତ ବର୍ଷ ମଧ୍ୟ ଅନୁରୂପ ଭାବେ ପାଳନ କରାଯିବ । ମାତ୍ର ଏହି ଉତ୍ସବକୁ କୋବିଡ଼ କଟକଣାରେ ନିରାଡମ୍ବର ଭାବେ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା, ଆରାଧନା ଓ ପ୍ରବଚନ ମଧ୍ୟରେ ସୀମିତ ରଖି ପାଳନ କରିବାକୁ ସ୍ଥିର କରାଯାଇଛି । ଏହି ଉତ୍ସବର ଚୂଡାନ୍ତ ରୂପରେଖ ଆସନ୍ତା ୧୩ ତାରିଖ ବୈଠକରେ ଗ୍ରହଣ କରାଯିବ ବୋଲି ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ ସୂଚନା ଦେଇଥିଲେ । ସେବକ ଶ୍ରୀ ସାହୁ ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସ୍ତୁତି ପାଠ ପୂର୍ବକ ସମିତିର ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଏହି ଆଲୋଚନା ବୈଠକରେ ଶନେଇ ଶିଅଳ, ନାରାୟଣ ଚନ୍ଦ୍ର ପ୍ରଧାନ, ବାବୁଲାଲ ଦାସ, ପଦ୍ମଲୋଚନ ମହାପାତ୍ର, ବିଷ୍ଣୁ ମୋହନ ପଣ୍ଡା, କାହ୍ନୁଚରଣ ଦାଶ, ମିନତୀ ମିଶ୍ର, ଗୀତାରାଣି ମହାନ୍ତି, ଲକ୍ଷ୍ମୀଧର ଖଟୁଆ, ପ୍ରତାପ ଚନ୍ଦ୍ର ପଣ୍ଡା ପ୍ରମୁଖ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.