Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ କମ୍ୟୁନିଟି ସେଂଟରର ସ୍ଥାନ ପରିବର୍ତନ କରି ରାସ୍ତା ଉପରେ ଗୃହ ନିର୍ମାଣ, ଜିଲ୍ଲାପାଳଙ୍କ କଥା...

ଶ୍ରୀଜଗନ୍ନାଥ କମ୍ୟୁନିଟି ସେଂଟରର ସ୍ଥାନ ପରିବର୍ତନ କରି ରାସ୍ତା ଉପରେ ଗୃହ ନିର୍ମାଣ, ଜିଲ୍ଲାପାଳଙ୍କ କଥା ମାନୁନାହାଁନ୍ତି ଠିକାଦାର

8

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଅଧିନ ପଳିକିରି ଗୋପାଳ ଓ ସାହୁସାହି ଶ୍ରୀ ଜଗନ୍ନାଥ କମ୍ୟୁନିଟି ସେଂଟର ର ମରାମତି ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ତିନି ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଯାହାର ସୂଚନା ଫଳକ ମଧ୍ୟ ପଂଚାୟତ ସମିତି ଧାମନଗର ପକ୍ଷରୁ ଲଗାଯାଇଛି। ସୂଚନା ଥାଉକି ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ହେଉଛି ସରକାରୀ କର୍ମଚାରୀଙ୍କ ନାମରେ ଅଛି କିନ୍ତୁ ବର୍ତମାନର ଦଳୀୟ କର୍ମୀ ଓ ସରକାରୀ ଅଧିକାରୀ ଉଭୟଙ୍କ ସଲାଶୁତରା ରେସରକାରି ନିୟମକୁ ଉଲଘଂନ କରି ଉକ୍ତ ପ୍ରକଳ୍ପ ମଞ୍ଜୁର ହୋଇଥିବା ସ୍ଥାନରେ ନକରି ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ନେଇ ଗ୍ରାମବାସୀ ମାନେ ବ୍ଲକରେ ପୂର୍ବ ଜନଶୁଣାଣୀ ରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଏଯାଏଁ ବ୍ଲକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ସୂଚନା ଅନୁଯାୟୀ ଗ୍ରାମବାସୀଙ୍କ କହିବା କଥା ଠାକୁର ଘରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆସିଛି ସେହି ସ୍ଥାନରେ ଖର୍ଚ୍ଚ ହେଉ ନୂତନ ତଥା ରାସ୍ତା ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ମାନେ ପୁଣି ଧାମନଗର ବିଡ଼ିଓ, ତହସିଲଦାର ଏବଂ ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ସମସ୍ୟାକୁ ଯଥାଶୀଘ୍ର ସମାଧାନ ନକଲେ ଆଗକୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଅଭିଯୋଗକାରି ନାରାୟଣ ଚନ୍ଦ୍ର ଦାସ,ପର୍ଶୁରାମ ଦାଶ,ରଘୁନାଥ ଦାସ,କରୁଣାକର ଦାସ,ନରେନ୍ଦ୍ର କୁମାର ଦାସ,ନାରାୟଣ ଚନ୍ଦ୍ର ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଧାମନଗର ଭାରପ୍ରାପ୍ତ ତହସିଲ ଦାର ସାଇ ଶିଲୋନା ତାଙ୍କ ସୁପରଭାଇଜର ଙ୍କ ଜରିଆରେ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ଏପରିକି ଚିଠି ନମ୍ବର ୨୦୮୫/୨୫ ରେ ଧାମନଗର ବିଡ଼ିଓ ଙ୍କୁ ମଧ୍ୟ ଉକ୍ତ କାମ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲେ ବେଆଇନି ଭାବେ ଉକ୍ତ ସରକାରୀ କାର୍ଯ୍ୟକୁ ଏପରି କି ମନ୍ଦିର କାମରେ ରେ ଆସିଥିବା ସରକାରୀ ଟଙ୍କା କୁ ଠିକାଦାର ମନମୁଖୀ ଭାବେ କରୁଛନ୍ତି। ସୂଚନା ଥାଉକି ଉକ୍ତ ବେଆଇନି କାମ କୁ ବନ୍ଦ ପାଇଁ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଧାମନଗର ତହସିଲ ଦାର ନିର୍ଦେଶ ଦେଇଥିଲେ ମଧ୍ୟ ଠିକାଦାର ଜୋର୍ ଜବରଦସ୍ତ ଉକ୍ତ କାର୍ଯ୍ୟ କରୁଛନ୍ତି ।ତେବେ କାହା ଇଙ୍ଗିତ ଏପରି କାର୍ଯ୍ୟ କରା ଯାଉଥିବା ଧାମନଗର ବିଡିଓ ବନବିହାରୀ ଦିନ୍ଧା ଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି ସେ କହିଥିଲେ। ଏ ନେଇ ଧୀରେ ଧୀରେ ଜନ ଅସନ୍ତୋଷ ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.