ad
ଓଡ଼ିଶା

ଶ୍ରାବଣ ମାସର ଶେଷ ସୋମବାର ୩୦ହଜାର କାଉଡିଆ ଜଳ ଲାଗି କଲେ

ପୁରୀ:୨୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଆଜି ଶ୍ରାବଣ ମାସ ଶେଷ ସୋମବାର ପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କାଉଡିଆ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଲୋକନାଥଙ୍କୁ ଜଳ ଲାଗି କରିଥିଲେ। କାଉଡିଆମାନେ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ୨୦ଟଙ୍କା ଟିକେଟ କାଟି ବ୍ୟାରିକେଡ ମଧ୍ୟ ଦେଇ ଜଳ ଲାଗି ପାଇଁ ଧାଡିରେ ଠିଆ ହୋଇଥିଲେ। ଯେଉଁଥିପାଇଁ ପ୍ରାୟ ୧କି.ମି. ଲମ୍ବା ଧାଡି ଲମ୍ବି ଆସିଥିଲା ରାସ୍ତା ଉପରକୁ। କାଉଡିଆମାନେ ଜଳ ଲାଗି କରି ସିଂହଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ। ଶ୍ରାବଣ ଜଳ ଲାଗି ପାଇଁ ଶ୍ରୀକ୍ଷେତ୍ର ପାଲଟିଥିଲା ଶୈବ ଭକ୍ତମୟ। ଚାରିଆଡେ କେବଳ ଦେଖିବାକୁ ମିଳିଥିଲା ଗୈରିକ ବସନଧାରୀ କାଉଡିଆମାନଙ୍କୁ। ଲୋକନାଥ ପଦା ଠାରୁ ବଡଦାଣ୍ଡ ପର୍ଯ୍ୟନ୍ତ କାଉଡିଆମାନଙ୍କ ସମାଗମରେ ପୁରି ଉଠିଥିଲା ଲୋକନାଥ ଘାଟ ସମେତ ବାଟମଙ୍ଗଳା ଓ ଅନ୍ୟାନ୍ୟ ସ୍ଥାନରେ କାଉଡିଆମାନେ ଜଳଭାର ରଖି ପୂର୍ବ ସନ୍ଧ୍ୟାରୁ ବିଶ୍ରାମ ନେଇଥିଲେ। ବଡି ଭୋରରୁ ସ୍ନାନାଦି କ୍ରମ ଶେଷ କରି କାଉଡିଆମାନେ ଜଳ ଲାଗି ପାଇଁ ଛୁଟି ଚାଲିଥିଲେ ଲୋକନାଥ ମନ୍ଦିର। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୨ଜଣ ଅତିରିକ୍ତ ଏସ୍ପି, ୪ଜଣ ଡିଏସ୍ପି, ୬ଜଣ ଇନ୍ସିପେକ୍ଟର, ୩୦ଜଣ ଏସ୍ଆଇ ଓ ଏଏସ୍ଆଇ ୩୪ଜଣ ଓ କନେଷ୍ଟବଳଙ୍କ ସତେ ୧୦୦ରୁ ଉର୍ଦ୍ଧ୍ୱ ହୋମଗାର୍ଡଙ୍କୁ ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ମୃତୟନ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top