Home ଓଡ଼ିଶା ଶ୍ରମିକର ଶବ ଫେରୁଛି ହାଇଦ୍ରାବାଦରୁ ନୟାଗଡ଼

ଶ୍ରମିକର ଶବ ଫେରୁଛି ହାଇଦ୍ରାବାଦରୁ ନୟାଗଡ଼

166

ନୟାଗଡ଼, ୨୭ା୮(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଆ ଶ୍ରମିକର ଶବ ହାଇଦ୍ରାବାଦର ଡାକ୍ତରଖାନାରେ ୩ଦିନ ପଡ଼ି ରହିବା ପରେ ଜିଲାପ୍ରଶାସନର ସହାୟତରେ ହାଇଦ୍ରାବାଦରୁ ନୟାଗଡ଼ ଫେରୁଛି ଶବ। ଆଜି ସେଠାରୁ ଶବ ଫେରୁଥିବାବେଳେ ଆସନ୍ତାକାଲି ନୟାଗଡ଼ରେ ଶବ ପହଂଚିବ ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଇଟାମାଟି ଥାନା ଅନ୍ତର୍ଗତ ଖଇରପଟି ଗ୍ରାମର କୈଳାଶ ମହାପାତ୍ରଙ୍କ ପୁଅ କୃଷ୍ଣ ମହାପାତ୍ର(୨୦) ୪ଜଣ ଯୁବକଙ୍କ ସହିତ ହାଇଦ୍ରାବାଦର ଖମ ନାମକ ସ୍ଥାନରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତ ସୋମବାର ରାତିରେ କୌଣସି କାରଣରୁ ସେହି ଗ୍ରାମର ଅଭି ନାମକ ଯୁବକଙ୍କ ସହିତ କୃଷ୍ଣର ଝଗଡ଼ା ହୋଇଥିଲା। ଅଭି ମଦ୍ୟପାନ କରି କୃଷ୍କକୁ ବାଡ଼େଇ ମାରିଦେଇଥିବା କୃଷ୍ଣଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଅଭିକୁ ଧରି ଥାନାରେ ଅଟକ ରଖିଛି। ତେବେ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ୩ଦିନ ଶବ ପଡ଼ି ରହିବା ପରେ କୃଷ୍ଣଙ୍କ ପରିବାର ଲୋକେ ଶବକୁ କେମିତି ଆଣିବେ ଚିନ୍ତାରେ ପଡ଼ିଥିଲେ। ଶେଷରେ ଶବ ଫେରିବା ନେଇ ନୟାଗଡ଼ ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟର ସହାୟତା ଲୋଡ଼ିଥିଲେ। ପ୍ରଶାସନର ସହାୟତାରେ କୃଷ୍ଣର ଶବ ହାଇଦ୍ରାବାଦରୁ ଆଜି ନୟାଗଡ଼ ଫେରୁଥିବାବେଳେ ଆସନ୍ତାକାଲି ଖଇରପଟିରେ ପହଂଚୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ କରୋନା ଭୟାବହତାକୁ ନେଇ ସରକାରଙ୍କ ସହଯୋଗରେ ଏମାନେ ନିଜ ଗ୍ରାମକୁ ଫେରିଥିବାବେଳେ ପରିବାର ପ୍ରତିପୋଷଣରେ ଅସୁବିଧା ହେବାରୁ ସେମାନେ ଦେଢମାସ ତଳେ ପୁଣି ମୃତ କୃଷ୍ଣ ମହାପାତ୍ର ନିଜ ଗ୍ରାମର ୪ଜଣ ଯୁବକଙ୍କ ସହିତ ହାଇଦ୍ରାବାଦକୁ ଯାଇଥିଲେ। ତେବେ ଆସନ୍ତାକାଲି ନୟାଗଡ଼ରେ ଶବ ପହଂଚିବା ପରେ କୃଷ୍ଣ ହତ୍ୟାର ପ୍ରକୃତ କାରଣ କ’ଣ ପୁଲିସ ତଦନ୍ତରୁ ଜଣାପଡିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.