Home କେନ୍ଦୁଝର ଶ୍ରମିକକୁ ମାଡନେଇ ଥାନାରେ ଅଭିଯୋଗ

ଶ୍ରମିକକୁ ମାଡନେଇ ଥାନାରେ ଅଭିଯୋଗ

30

ହାଟଡିହି-୨୫ / ୪: (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଣେ ଶ୍ରମିକ ଅନ୍ୟ ଗ୍ରାମକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ମାଡମାରିଥିବା ନେଇ ଶ୍ରମିକ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଆମ୍ବୋ ଗ୍ରାମର ଦଶରଥ ଯେନା କାମ କରିବାକୁ ନିକଟସ୍ଥ ବିରିଡି ଗ୍ରାମକୁ ଯାଇଥିଲେ । କାମସାରି ଫେରିବାବେଳେ ସେହି ଗ୍ରାମର ମହେନ୍ଦ୍ର କୁମାର ବ୍ରହ୍ମ ସେଠାରେ ପହଞ୍ଚି ତାକୁ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ମାଡମାରିଥିଲା । ଏନେଇ ଦଶରଥ ନିଜ ଗ୍ରାମରେ କହିବାପରେ କିଛି ଭଦ୍ରଲୋକ ବରିଡି ଗ୍ରାରମକୁ ଯାଇ ସେଠାକାର ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ଆଲୋଚନା କରୁଥିବାବେଳେ ମହେନ୍ଦ୍ର ସେମାନଙ୍କୁ ଗାଳିଗୁଲଜ କରି ଧମକ ଚମକ ଦେବାରୁ ଦଶରଥ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.